12/08/2022 at 6:45 PM
ଭୁବନେଶ୍ୱର, ସ୍ବାଧୀନତାର ୭୫ ବର୍ଷ ପୂରଣ ଅବସରରେ ସାରା ଭାରତବର୍ଷ ପାଳନ କରୁଛି “ଆଜାଦୀ କା ଅମୃତ ମହୋତ୍ସବ”। ଏହି ଅବସରରେ ଜଣେ କଳାକାର ୩୭୫ ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ନେଇ ଭାରତ ମାତାଙ୍କ ଚିତ୍ର ଆଙ୍କିଛନ୍ତି । ଖାଲି ସେତିକି ନୁହେଁ, ଏଥିରେ ସେ କୈାଣସି ରଙ୍ଗ ବ୍ୟବହାର କରି ନାହାନ୍ତି । ବରଂ ସେ କଫି ପାଉଡର ଓ ପାଣି ସାହାଯ୍ୟରେ ଏହି ମିନିଏଚର ଚିତ୍ର ଆଙ୍କିଛନ୍ତି।

ଆନ୍ଧ୍ରପ୍ରଦେଶର ନନ୍ଦାୟାଲ ଜିଲ୍ଲାର କଳାକାର ଚିନ୍ତାଲାପଲି କୋଟେଶ ଆଙ୍କିଥିବା ଭାରତ ମାତାଙ୍କ ଏହି ମିନିଏଚର ଚିତ୍ରଟି ଭାରି ନିଆରା ହୋଇଛି। ଏଥିରେ ସେ ସ୍ଥାନ ଦେଇଛନ୍ତି ମହାନ୍ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ। ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଜବାହରଲାଲ ନେହେରୁ, ସୁବାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଝାନ୍ସି ରାଣୀ ଲକ୍ଷ୍ମୀବାଇ ଆଦି ମହାନ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଏହି ଚିତ୍ରରେ ଏକାଠି ଦେଖିବାକୁ ମିଳିବ । ତେବେ ଏହି ଚିତ୍ରଟି ସେ ୮ ଘଣ୍ଟାରେ ଆଙ୍କିଛନ୍ତି ।
Views: 250