ଜଟଣୀ: ପୁଣି ବିଜେଡି ନେତାଙ୍କ ଉପରକୁ ଅଣ୍ଡା ମାଡ଼ ସହ କଳାପତାକା ପ୍ରଦର୍ଶନ କଲା କଂଗ୍ରେସ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ଥିତ ଦାରୁଠେଙ୍ଗରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା । ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ ସେହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ, ତାଙ୍କ ଗାଡ଼ି ଉପରକୁ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିବା ସହ କଳାପତାକା ପ୍ରଦର୍ଶନ କରିଥିଲେ । ଏହା ଦେଖି ବିଜେଡି କର୍ମୀମାନେ ମଧ୍ୟ ଉତ୍ୟକ୍ତ ହୋଇ ଉଠିଥିଲେ । ଫଳରେ ଉଭୟ ବିଜେଡି ଓ କଂଗ୍ର୍ରେସ କର୍ମୀ ଙ୍କ ମଧ୍ୟରେ ମୁହାମୁହିଁ ସ୍ଥିତି ଉପୁଜିଥିଲା ।

ଏନେଇ ସରକାରୀ ପ୍ରୋଟୋକଲ୍ ଭାଙ୍ଗି ଏହି ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟା ଯାଉଥିବା ଅଭିଯୋଗ କରିଛି କଂଗ୍ରେସ । ସୁର ରାଉତରାୟ ଜଟଣୀର ବିଧାୟକ ଥିବା ବେଳେ, କିପରି ପୂର୍ବତନ ବିଧାୟକ ବିଭୂତି ବଳବନ୍ତ ରାୟ କାର୍ଡ଼ ବାଣ୍ଟିଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।
Views: 108