The Ultimate Managed Hosting Platform
ADVERTISEMENT

ଜବଦ ହେଲା ବିପୁଳ ଚୋରା ମଦ ଜଣେ ମହିଳା ଗିରଫ ।

Facebook
Twitter
LinkedIn

ଜବଦ ହେଲା ବିପୁଳ ପରିମାଣର ଚୋରା ମଦ । ଗିରଫ ହେଲେ ଜଣେ ମହିଳା । କେନ୍ଦ୍ରାପଡା ଜିଲ୍ଲା ଅଞ୍ଚଳରେ ଚୋରା ମଦ ବେପାର ସାଧାରଣରେ ଏବେ ମୁଣ୍ଡ ବିନ୍ଧାର ହୋଇଛି କାରଣ । ତେବେ ଅବକାରୀ ବିଭାଗର ଅପାରଗତା ଓ ଦୁିର୍ନୀତିଖୋର ମନୋବୃତ୍ତି ପାଇଁ ଏହା ବ୍ୟାପକ ଭାବେ ବଢିଚାଲିଥିବା ବେଳେ ଗ୍ରାମାଞ୍ଚଳ ମାନଙ୍କରେ ଜନଜୀବନ ପ୍ରଭାବିତ ହେବାରେ ଲାଗିଛି ।

ତେବେ ଆଜି ଉକ୍ତ ଜିଲ୍ଲା ଅଧିନ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ୍ ବିପୁଳ ପରିମାଣର ଚୋରା ମଦ ଜବଦ କରିବାରେ ହୋଇଛି ସକ୍ଷମ । ତାହା ସହ ମଦ ବୂବସାୟ କରୁଥିବା ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛିଥିବା ଜଣାପଡିଛି । ଏଠାରେ କୁହାଯାଇ ପାରେ କି’ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅବାଧ ଚୋରା ମଦ ବିକ୍ରି ଓ ନିସା କାରବାର ହେତୁ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରି ସ୍ଥିତି ମଧ୍ୟ ସୃଷ୍ଟି ହେବାରେ ଦେଖା ଯାଇଥାଏ ।

ତେବେ ଏହାକୁ ଲଗାମ ଦେବାକୁ ଏବେ ପଟ୍ଟାମୁଣ୍ଡାଇ ପୋଲିସ୍ କଡା ପଦକ୍ଷେପ ଗ୍ରହଣ କରିବ ବୋଲି ଥାନାଧିକାରୀ ତପନ କୁମାର ରାଉତ କହିଛନ୍ତି । ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବିଭିନ୍ନ ସ୍ଥାନରେ ପୋଲିସ୍ ଚଢାଉ ଜାରି ରଖିଥିବା ବେଳେ ଆଜି ଗାଙ୍ଗ ପଡା ଅଞ୍ଚଳରୁ ଜୈନିକା ମହିଳାଙ୍କ ଠାରୁ ୭୫ ଲିଟର ମଦ ଜବଦ କରିଛି ।

ପୋଲିସ୍‌ର ବିଭିନ୍ନ ସ୍ଥାନରେ ଚଢାଉ ହେତୁ ଚୋରା ବେପାରୀ ମାନଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି । ପୋଲିସ୍‌ର ଏଭଳି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ରିପୋର୍ଟ ରଂଜନ କୁମାର ସାହୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login