The Ultimate Managed Hosting Platform
ADVERTISEMENT

ଠିକ୍‌ ସମୟରେ ଠିକ୍‌ ସୂଚନା ଦେବି…

Facebook
Twitter
LinkedIn

ଘରୁ ବାହାରିଲେ ବାବୁସାନ୍‌ । ଗୋଟିଏ ଦିନ ଘରୁ ବାହାରିଲେ, ଆଉ କିଛି ଦିନ ସମୟ ମାଗିଲେ । ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ଘରୁ ବାହାରକୁ ବାହିରିଛନ୍ତି ଅଭିନେତା ବାବୁସାନ୍‌ ମହାନ୍ତି । ନିଜ ଫ୍ୟାନ୍ସ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ଏବେ ମୋ ଦେହ ଭଲ ନାହିଁ , ଠିକ ସମୟରେ ମୁଁ ଠିକ୍ ସୂଚନା ଦେବି ବୋଲି କହିଛନ୍ତି ବାବୁସାନ ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ବିମାନ ଯୋଗେ ଚେନ୍ନାଇରୁ ଫେରିଥିଲେ ବାବୁସାନ । ଏହାପରେ କାର୍ ଯୋଗେ ସେ ବରମୁଣ୍ଡା ସ୍ଥିତ ବାସଭବନକୁ ଆସିଥିଲେ । ଗଣମାଧ୍ୟମ ପ୍ରତିନିଧିମାନେ ଘର ସମ୍ମୁଖରେ ବାବୁସାନ୍‌ଙ୍କ ପ୍ରତିକ୍ରିୟା ନେବାକୁ ଭିଡ ଲଗାଇଥିଲେ । କିନ୍ତୁ ପରିବାର ପକ୍ଷରୁ କୁହାଯାଇଥିଲା କି, ବାବୁସାନ୍‌ ଏବେ ରେଷ୍ଟ ନେଉଛନ୍ତି । ମାନସିକ ସ୍ଥିତି ଟିକିଏ ଦୁର୍ବଳ ଅଛି । ତେଣୁ ୨ ଦିନ ସମୟ ଦିଅନ୍ତୁ । ସେ ନିଜେ ଆସି ଗଣମାଧ୍ୟମ ସମ୍ମୁଖରେ ସବୁ କଥା କହିବେ ବୋଲି କହିଥିଲେ ।

ଏପଟେ ମାଆ ଅପରାଜିତା ଘର ଆଗରେ କିଛି ଅଚିହ୍ନା ଲୋକ ଥିବା କହି ପୋଲିସକୁ ସୁରକ୍ଷା ମାଗିଥିଲେ । ସେ କହିଥିଲେ କି, ଘର ଆଗରେ ଥିବା ଗଣମାଧ୍ୟମ ସହିତ କିଛି ଅଚିହ୍ନା ଲୋକ ଅଛନ୍ତି । ତେଣୁ ଆମକୁ ସୁରକ୍ଷା ଯୋଗାଇ ଦିଆଯାଉଛି । ଏନେଇ ଅପରାଜିତା କମିଶନରେଟ୍‌ ପୋଲିସ ସହ କଥା ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login