ଏବେ ଆମ ରାଜ୍ୟ ଓଡିଶାରେ ଅନ୍ତରାଷ୍ଟ୍ରୀୟ ସୁନ୍ଦରୀ ପ୍ରତିଯୋଗୀତା । କିଛି ନୂଆ ସଂକଳ୍ପ ଓ ବିକଳ୍ପର ଆଶା ନେଇ ରାଜଧାନୀ ଭୂବନେଶ୍ୱରରେ ଏହାର ଆୟୋଜନ ହେବାକୁ ଯାଉଅଛି । ଯାହାର ନାମ ରହିଛି ମିଷ୍ଟର ଏଣ୍ଡ୍ ମିସ୍ ଇଣ୍ଡିଆ ଗ୍ଲୋବ୍ ୨୦୨୨ । ଏହା ଅନ୍ତରାଷ୍ଟ୍ରୀୟ ସ୍ତରରେ ନବମ ଅବଦାନ ହୋଇଥିବା ବେଳେ ଓଡିଶାରେ ଏହା ପ୍ରଥମ ଥର ପାଇଁ ଆପଣ ମାନଙ୍କ ସମ୍ମୁଖରେ ଆୟୋଜିତ ହେବାକୁ ଯାଉଛି ।

ଇଚ୍ଛୁକ ପ୍ରାର୍ଥୀ ଓ ପ୍ରାର୍ôଥନୀ ମାନେ ମୋବାଇଲ ନଂ ୮୯୮୪୭୨୦୫୪୯, ୯୭୭୭୭୯୪୫୭୨ ଓ ୭୦୦୮୦୮୬୪୭୭ ରେ ଯୋଗାଯୋଗ କରି ନିଜର ନାମ ପଞ୍ଜିକରଣ କରି ପାରିବେ । ଆୟୋଜିତ ପ୍ରତିଯୋଗିତାରେ ଅବିବାହିତ ମହିଳା ଓ ପରୁଷ ମାନେ କେବଳ ଆବେଦନ କରି ପାରିବେ । ଏହି ଚୟନ ପ୍ରକ୍ରିୟା ଭୂବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ବେଳେ ୩ ଟି ସ୍ତରରେ ଏହା କରାଯିବାକୁ ସ୍ଥିର ହୋଇଛି । ୧ ରେ ପ୍ରତିଭା ପ୍ରଦର୍ଶନ ପର୍ଯ୍ୟାୟ ରହିଥିବା ବେଳେ ଦ୍ୱିତୀୟରେ ପ୍ରଶ୍ନ ଓ ଉତ୍ତର ପର୍ଯ୍ୟାୟ ରହିଛି ।

ସେହିପରି ତୃତୀୟ ପର୍ଯ୍ୟାୟରେ ସୌନ୍ଦର୍ଯ୍ୟ ପ୍ରଦର୍ଶନ ପ୍ରତିଭାରେ ସମସ୍ତ ପ୍ରକ୍ରିୟାକୁ ଭିତ୍ତିକରି ସେଥିରେ ମନୋନିତ ପ୍ରାର୍ଥୀ ଓ ପ୍ରର୍ôଥନୀ ମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ନିଜର କଳା ପ୍ରଦର୍ଶନ କରିବାର ସୁଯୋଗ ଦିଆଯିବ ।

ଏହା ଛଡା ଏହି କାର୍ଯ୍ୟକ୍ରମରେ ପଞ୍ଜିକରଣ ହୋଇଥିବା ପ୍ରାର୍ଥୀ ଓ ପ୍ରାର୍ôଥନୀ ମାନଙ୍କୁ ଓଡିଆ ଚଳଚିତ୍ର, ଧାରାବାହିକ, ଖୁଦ୍ର ଧାରାବାହିକ, ଗୀତ, ଚିତ୍ରଗୀତ, ବିଜ୍ଞାପନ, ଖୁଦ୍ର ଚଳଚିତ୍ର, ଆଧୁନିକ ଗୀତ, ୱେବ୍ ସିରିଜ୍ ଭଜନ ଓ ପ୍ରାର୍ଥୀ ଓ ପ୍ରାର୍ôଥନୀ ମାନଙ୍କର ସୌନ୍ଦର୍ଯ୍ୟ ଜଗତର ଉପସ୍ଥାପନାକୁ ନେଇ ଯୁକ୍ତିଯୁକ୍ତ ସ୍ଥାନରେ ମନୋନିତ କରାଯିବାର ରହିଛି ବ୍ୟବସ୍ଥା । ଏନେଇ ବିସ୍ତୃତ ସୂଚନା ନିମନ୍ତେ ପୂର୍ବରୁ କୁହାଯାଇଥିବା ମୋବାଇଲ ନମ୍ବରରେ ମଧ୍ୟ କରି ପାରିବେ ଯୋଗାଯୋଗ । ସେପଟେ ଓଡିଶାରେ ଏଭଳି କାର୍ଯ୍ୟକ୍ରମକୁ ନେଇ ଯୁବ ଗୋଷ୍ଠୀ ମାନଙ୍କ ମଧ୍ୟରେ ଖୁବ୍ ଉତ୍ସାହ ପ୍ରକାଶ ପାଇଥିବା ଦେଖାଯାଉଛି ।