The Ultimate Managed Hosting Platform
ADVERTISEMENT

ସିଦ୍ଧାନ୍ତଙ୍କ ସହ ସୁପ୍ରିୟା ଏବଂ ସ୍ୱରାଜଙ୍କ ସହ ଶିବାନୀ ଆସିବେ ନଜର…

Facebook
Twitter
LinkedIn

ଓଲିଉଡରେ ବିଭିନ୍ନ ଯୋଡ଼ି ବାରମ୍ବାର ପରଦାରେ ଦେଖିବାକୁ ମିଳୁଛି। ଏହା କଉ ନୂଆ କଥା କିନ୍ତୁ ସେମାନେ ଯେତେଥର ଏକାଠି ହୁଅନ୍ତି ସେତେଥର ଚର୍ଚ୍ଚା ହୁଏ। ଏବେ ସେମିତି ଦୁଇଟି ଯୋଡ଼ି ପୁଣି ଥରେ ନଜର ଆସିବାକୁ ଯାଉଛନ୍ତି। ସେ ପୁଣି ‘ସ’ ଅକ୍ଷର ଯୋଡ଼ି। ଗୋଟିଏ ଯୋଡ଼ି ହେଲେ ସିଦ୍ଧାନ୍ତ-ସୁପ୍ରିୟା ଏବଂ ଅନ୍ୟ ଗୋଟିଏ ଯୋଡ଼ି ହେଲେ ସ୍ୱରାଜ-ଶିବାନୀ। ସାଇ ଦରବାର ଫିଲ୍ମ ପକ୍ଷରୁ ନୂଆ ଓଡ଼ିଆ ସିନେମା ‘ଶଙ୍କର – ଦି ଡେଷ୍ଟ୍ରୟର’ ନିର୍ମାଣ ହେଉଛି । ଶୁଣିବାକୁ ମିଳୁଛି ଏହାର ମୁଖ୍ୟ ଶଙ୍କର ଚରିତ୍ରରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ମିଳିବ। ଆଉ ବଡ଼ କଥା ହେଉଛି ଏଥିରେ ତାଙ୍କ ନାୟିକା ସାଜିବେ ଓଲିଉଡ ଚୁଲବୁଲି ସୁପ୍ରିୟା। 

ଟିଭି ପରଦାରେ ଦୁହିଁଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ ସହ ଭଲପାଇବା ଓ ସମର୍ଥନ ଦେଇଥିଲେ। ଏବେ ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକାଠି ହେବାକୁ ଯାଉଥିଲାବେଳେ ସେହି ସଫଳତାକୁ ବଜାୟ ରଖିବେ ବୋଲି ସିନେ ପ୍ରେମୀ ଆଶା ରଖିଛନ୍ତି। ସେହିପରି ଅନ୍ୟତମ ଯୋଡ଼ି ସ୍ୱରାଜ-ଶିବାନୀଙ୍କୁ ନେଇ ପ୍ରଯୋଜକ ଶ୍ରୀଧର ମାର୍ଥା ପୁଣି ଏକ ନୂଆ କାହାଣୀ କରିଛନ୍ତି ଏହା ସହିତ ଝିଲିକ୍‌ ମୋସନ ପିକଚର୍ସ ବ୍ୟାନରରେ ସ୍ୱରାଜ-ଶିବାନୀଙ୍କ ଆଉ ଏକ ସିନେମା ‘କିସ୍‌ ମିସ୍‌’ ଏବେ ମୁକ୍ତିଲାଭ ଅପେକ୍ଷାରେ ରହିଛି । ତେବେ ଏହି ‘ସ’ ଅକ୍ଷର ଦୁଇ ଯୋଡ଼ିଙ୍କୁ ପୁଣି ଥରେ ଏକାଠି ହେବା ନେଇ ସିନେପ୍ରେମୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login