କନ୍ଧମାଳ: ଟିକାବାଲି ସହରରେ ବହୁ ଦିନ ହେଲା ପାଣି ପିଇବାର ସମସ୍ୟା ରହିଛି । ଲୋକମାନେ ବହୁବାର ପ୍ରଶାସନକୁ ଗୁହାରି ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଶେଷରେ ସ୍ଥାନୀୟ ବାସିନ୍ଦା ଆଜି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତାରେ ଗରା,ବାଲ୍ଟି ରଖି ରାସ୍ତା ଅବରୋଧ କରିଛନ୍ତି । ଆନ୍ଦୋଳନକାରୀ ଯାହା ଫଳରେ ଫୁଲବାଣୀରୁ ବ୍ରହ୍ମପୁରରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ ନକଲେ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଆନ୍ଦୋଳନକାରୀ କହିଛନ୍ତି ।
Views: 272