
ବ୍ରହ୍ମଗିରି : ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ପୁରୀ ଚୁଡଙ୍ଗ ସାହିର କାହ୍ନୁ ସ୍ୱାଇଁ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଏପରି ଘଟଣା ଘଟିଛି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଖିଲକଣ୍ଟିଆ ରାସ୍ତା ବିନାୟକନଗରରେ । ସେଠାରେ ଜନୈକ ବ୍ୟକ୍ତିଙ୍କ ବାରିରେ ଥିବା ଆମ୍ବ ଗଛରେ ମୃତଦେହ ଝୁଲୁଥିବା ସକାଳୁ ଦେଖିବାକୁ ମିଳିଥିଲା । ଏନେଇ ମୃତ ଯୁବକଙ୍କ ଭାଇ ତାଙ୍କୁ ହତ୍ୟା କରି ଝୁଲେଇଦେଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ କରିଛନ୍ତି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
Views: 183