The Ultimate Managed Hosting Platform
ADVERTISEMENT

ପ୍ରତିବାଦ ନଶୁଣିଲେ ପ୍ରଶାସନକୁ ଶୁଦ୍ଧି ହେବେ ଚାଷୀ

Facebook
Twitter
LinkedIn

ଭଦ୍ରକ: ଜୱାଦ ଯିବାର ବହୁ ଦିନ ପରେବି ଥମୁନାହିଁ ପ୍ରତିବାଦ । ଜୱାଦ ପ୍ରଭାବରେ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଜମିରେ ଧାନ ପଚି ସଢ଼ି ଗଲାଣି , ବିଲରୁ ପାଣି ବାହାରି ପାରୁନାହିଁ । ଏମିତିକି ବିଲରେ ପାଚିଲା ଧାନ ଗଜା ହୋଗଲାଣି । ଏବେ ପର୍ଯ୍ୟନ୍ତ ତଦନ୍ତ ହୋଇନଥିବାରୁ କ୍ଷତିପୂରଣ ପାଇବା ନେଇ ସନ୍ଦେହରେ ଚାଷୀ । ନୂଆ ଢାଂଚାରେ ଚାଷୀମାନେ ପ୍ରତିବାଦ କରିବାକୁ ବାହାରିଛନ୍ତି । ତେଣୁ ଲଣ୍ଡା ହୋଇ ପ୍ରଶାସନକୁ ଶୁଦ୍ଧି ହୋଇ ପ୍ରତିବାଦ ଜଣାଇବେ ଚାଷୀ ।

ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧିନସ୍ଥ ବାଲିପୋଖରୀ ପଞ୍ଚାୟତର କୁମ୍ଭାରିଆ ଗାଁର ଚାଷୀ କ୍ଷତିପୂରଣ ଦାବି କରିଛନ୍ତି ।ଜୱାଦ ବାତ୍ୟା ପ୍ରଭାବରେ ଚାଷୀଙ୍କ ଅମଳ କ୍ଷେତରେ ପଚିଯାଇଛି । ବିଲରେ ପାଣି ପସି ଫସଲ କଳା ପଡ଼ିଗଲାଣି , ଧାନ ଗୁଡିକ ଗଜା ମଧ୍ୟ ହୋଇଗଲାଣି । ଦୁଃଖର ଘଟଣା ହେଉଛି ଚାଷ କ୍ଷୟକ୍ଷତିର ଆକଳନ କରିବା ତ ଦୂରର କଥା, ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀଙ୍କ ନିକଟରେ ବ୍ଲକ କିମ୍ବା ଜିଲ୍ଲାର କୌଣସି ପ୍ରଶାସନିକ ଅଧିକାରୀ ମଧ୍ୟ ପହଞ୍ଚି ନାହାନ୍ତି । ଚାଷୀ ଅନାଇ ଅନାଇ ଶେଷରେ ପ୍ରତିବାଦ କରିବା ପାଇଁ ରାସ୍ତାକୁ ଓହ୍ଲାଇଲେଣି । ତେଣୁ ଚାଷୀ ଏବେ ଲଣ୍ଡା ହୋଇ ପ୍ରତିବାଦ କରିବେ ଏବଂ ଦାବି ପୂରଣ ନହେଲେ ପ୍ରଶାସନକୁ ଶୁଦ୍ଧି ହେବେ ଓ ଦଶ କ୍ରିୟା ପାଳିବେ ବୋଲି କହିଛନ୍ତି ଚାଷୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

Login