କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର ଧାଡିଂ ଜିଲ୍ଲାର ଗଜୁରୀ ନିକଟରେ ସୋମବାର ସକାଳେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ତ୍ରିଶୂଳୀ ନଦୀକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ନେପାଳ ସଶସ୍ତ୍ର ପୋଲିସ ବାହିନୀର ମୁଖପାତ୍ର ବିଷ୍ଣୁ ପ୍ରସାଦ ଭଟ୍ଟାଙ୍କ ସୂଚନା ଅନୁସାରେ, ଦୁର୍ଘଟଣାସ୍ଥଳରୁ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବସ୍ରୁ ୨୮ ଜଣ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଆହତ ଯାତ୍ରୀମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯିବା ସହିତ ଉଦ୍ଧାର କାର୍ୟ୍ୟରେ ନେପାଳ ସେନା, ସଶସ୍ତ୍ର ପୋଲିସ ବାହିନୀ ଏବଂ ନେପାଳ ପୋଲିସ କର୍ମଚାରୀମାନେ ନିୟୋଜିତ ଅଛନ୍ତି ।
Views: 23











