କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି, କୋଟପାଡ ଅଞ୍ଚଳରେ ସକ୍ରିୟ ରହିଛନ୍ତି । ମାଓ ନେଲା ଶୁକ୍ରୁ ଏହାର ନେତୃତ୍ୱ ନେଉଛନ୍ତି । ହିଂସାର ପଥ ଛାଡି ଆତ୍ମସମର୍ପଣ ପାଇଁ ଆହ୍ୱାନ କରୁଛୁ । ଆସନ୍ତା ୩୧ ମାର୍ଚ୍ଚ ସୁଦ୍ଧା ଗୃହ ମନ୍ତ୍ରୀଙ୍କ ଡେଡ ଲାଇନ ପାଳନ କରିବୁ । ଆତ୍ମ ସମର୍ପଣ କଲେ ସରକାର ସବୁ ସୁବିଧା ଯୋଗାଇ ଦେବେ । ନନ୍ଦାବାଲି ସରଂକ୍ଷିତ ଜଙ୍ଗଲ ଅପରେସନରେ ୨ ମାଓବାଦୀ ମୃତ । ଅପରେସନରେ ଡେପୁଟି କମାଣ୍ଡର ଜାଗେଶ ଓ ପାର୍ଟି ସଦସ୍ୟ ରତ୍ନା ମୃତ । ଜାଗେଶକୁ ଧରାଇ ଦେବାକୁ ୨୨ ଲକ୍ଷର ପୁରସ୍କାର ଘୋଷଣା ହୋଇଥିଲା । ରତ୍ନା ପାଇଁ ୧ ଲକ୍ଷ ୬୫ ହଜାର ଟଙ୍କାର ପୁରସ୍କାର ଥିଲା । ନୂଆପଡା, ନବରଙ୍ଗପୁର , ମାଲକାନଗିରି, କୋରାପୁଟ , ବୈାଦ୍ଧ ନକ୍ସଲ ମୁକ୍ତ ।
Views: 43











