ନୂଆଦିଲ୍ଲୀ : ଭାରତୀୟଙ୍କୁ ଇରାନ ଛାଡିବାକୁ ଭାରତୀୟ ଦୂତାବାସର ପରାମର୍ଶ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା କରି ତୁରନ୍ତ ଛାଡିବାକୁ ନିଦେ୍ର୍ଦଶ । ଛାତ୍ର, ପର୍ଯ୍ୟଟକ ଓ ବ୍ୟବସାୟୀଙ୍କୁ ତୁରନ୍ତ ଇରାନ ଛାଡିବାକୁ ପରାମର୍ଶ । ତେହେରାନରେ ଥିବା ଭାରତୀୟ ଦୂତାବାସ ସଦ୍ୟତମ ପରାମର୍ଶବଳୀ ଜାରି କରିଛି। ଏହାପୂର୍ବରୁ ଚଳିତ ମାସ ଜାନୁଆରି ୫ ତାରିଖରେ ମଧ୍ୟ ଭାରତୀୟ ଦୂତାବାସ ପକ୍ଷରୁ ଏପରି ପରାମର୍ଶବଳୀ ଜାରି କରିଥିଲା। ଜାନୁଆରି ୧୪ରେ ଭାରତୀୟ ନାଗରିକ ଓ ଭାରତୀୟ ବଂଶୋଦ୍ଭବଙ୍କୁ ସତର୍କତା ଅବଲମ୍ବନ କରିବା, ବିରୋଧ ପ୍ରଦର୍ଶନ ଚାଲିଥିବା ଅଞ୍ଚଳଠାରୁ ଦୂରେଇ ରହିବାକୁ ସତର୍କ କରାଇଥିଲା । ସୋମବାର ତେହେରାନସ୍ଥିତ ଭାରତୀୟ ଦୂତାବାସ ବର୍ତ୍ତମାନ ଇରାନରେ ଥିବା ସମସ୍ତ ଭାରତୀୟ ନାଗରିକ, ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ୟ୍ୟଟକଙ୍କୁ ବାଣିଜ୍ୟିକ ବିମାନ ସମେତ ଯେକୌଣସି ଉପଲବ୍ଧ ପରିବହନ ମାଧ୍ୟମରେ ଦେଶ ଛାଡ଼ିବାକୁ କହିଛି। ଏହାସହିତ ଭାରତୀୟ ନାଗରିକଙ୍କୁ ସେମାନଙ୍କର ପରିଚୟପତ୍ର ଏବଂ ପାସପୋର୍ଟ ଭଳି ଇମିଗ୍ରେସନ ଏବଂ ଯାତ୍ରା ଡକ୍ୟୁମେଣ୍ଟଗୁଡ଼ିକ ନିଜ ପାଖରେ ରଖିବାକୁ ଏବଂ ଯେକୌଣସି ସହାୟତା ପାଇଁ ଦୂତାବାସ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଦୂତାବାସ ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ଏହାସହିତ ଦୂତାବାସ ସହିତ ନିଜକୁ ପଞ୍ଜିକୃତ କରିବାକୁ କୁହାଯାଇଛି। ଯଦି ଇରାନରେ ଥିବା ବ୍ୟକ୍ତି ନିକଟରେ ଇଣ୍ଟରନେଟ୍ ବ୍ୟବସ୍ଥା ନ ଥିବ ତେବେ ସେମାନଙ୍କ ପରିବାର ଲୋକ ମଧ୍ୟ ପଞ୍ଜିକରଣ କରିପାରିବେ ।
ଭାରତୀୟଙ୍କୁ ଇରାନ ଛାଡ ପରାମର୍ଶ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











