ପୁରୀ : ୩ ତାରିଖ ଦୋଳ ପୂର୍ଣ୍ଣିମାରେ କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ । ପୁରୀକୁ ଅପରାହ୍ମ ୩ଟା ୨୦ ମିନିଟ ୧୭ ସେକେଣ୍ଡରେ ସ୍ପର୍ଶ । ସୂର୍ଯେ୍ୟାଦୟ ପରଠୁ ପାକତ୍ୟାଗ ଓ ଦେବନୀତି ନିଷେଧ । ଗ୍ରହଣ ସର୍ବମୋକ୍ଷ ପରେ ମହାପ୍ରଭୁଙ୍କ ରାଜାଧିରାଜ ବେଶ ଅନୁଷ୍ଠିତ ହେବ । ରାତି ୮ଟାରୁ ୯ଟା ୩୦ ମଧ୍ୟରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ । ଚଳନ୍ତି ପ୍ରତିମା ରାତି ୧୦ଟାରେ ଦୋଳବେଦୀରେ ବିଜେ କରିବେ । ଗ୍ରହଣ ସ୍ପର୍ଶ କରିବାର ପ୍ରାୟ ୯ ଘଣ୍ଟା ପୂର୍ବରୁ ଦେବନୀତି ଓ ପାକତ୍ୟାଗ କରାଯିବ । ସୂର୍ୟ୍ୟୋଦୟ ସକାଳ ୬ଟା୨୦ ପରେ ଦେବନୀତି ନିଷେଧ ଥିବାରୁ ପୂର୍ବଦିନ ବିଳମ୍ବିତ ରାତି ୩ଟାରୁ ଶ୍ରୀମନ୍ଦିର ଦ୍ବାରଫିଟା ଯାଇ ମଙ୍ଗଳ ଆଳତି,ମଇଲମ,ତଡପଲାଗି ନୀତି ପରେ ସକାଳ ୬ଟା ସୁଦ୍ଧା ଅବକାଶ ନୀତି ଶେଷ କରାଯିବ । ଗ୍ରହଣ ସର୍ବମୋକ୍ଷ ପରେ ମହାପ୍ରଭୁଙ୍କ ସୁନାଵେଶ, ଦୋଳବେଦୀକୁ ଦିଅଁ ବିଜେ, ଭୋଗମଣ୍ଡପ ଆଦି ନୀତିକାନ୍ତି ଅନୁଷ୍ଠିତ ହେବ । ଏନେଇ ଆସନ୍ତା କାଲି ଅନୁଷ୍ଠିତ ହେବାକୁଥିବା ଛତିଶାନିଯୋଗ ବୈଠକରେ ନୀତିନିର୍ଘଣ୍ଟ କରାଯିବ ।
Views: 21











