ନୂଆଦିଲ୍ଲୀ : ସୀମା ପାର ଆତଙ୍କବାଦୀ କାର୍ଯ୍ୟକୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ । ଏବେବି ଅପରେସନ ସିନ୍ଦୂର ଜାରି ରହିଛି କହିଲେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ । ଭବିଷ୍ୟତରେ କୈାଣସି ଅପରାଧ ଘଟାଇଲେ ଦୃଢତାର ସହ ଜବାବ ଦିଆଯିବ । ଜାତୀୟ ସ୍ତରର ସମସ୍ତ ଷ୍ଟେକ ହୋଲଡରଙ୍କ ସକ୍ରିୟ ଭୂମିକାକୁ ସ୍ୱୀକାର କରୁଛି । ସିଏପିଏଫ , ଗୁଇନ୍ଦା ସଂସ୍ଥା , ନାଗରିକ ସଂସ୍ଥା , ରାଜ୍ୟ ପ୍ରଶାସନ ଏହାର ଅନ୍ତଭୁକ୍ତ । ଅପରେସନ ସିନ୍ଦୂରରେ ୭ଟି ଆତଙ୍କୀ ଆଡ୍ଡାକୁ ସଫଳତାର ସହ ଧ୍ୱଂସ କରିଥିଲୁ । ଗତବର୍ଷ ମେ ୭ରେ ମାତ୍ର ୨୨ ମିନିଟରେ ଆତଙ୍କୀ ଆଡ୍ଡା ଧ୍ୱଂସ କରିଥିଲୁ । ଏବେ ବି ୮ଟି ଆତଙ୍କୀ ଟ୍ରେନିଂ କ୍ୟାମ୍ପ ସକ୍ରିୟ ରହିଛି । ଏଥିରୁ ୬ଟି ଏଲଓସିରେ ଏବଂ ୨ଟି ଅର୍ନ୍ତଜାତୀୟ ସୀମାରେ ରହିଛି । ଏହା ଉପରେ ଗୁଇନ୍ଦା ଏଜେନ୍ସୀ ଇନପୁଟ ଲଗାତାର ନଜର ରଖିଛି । ଏଥିରେ ମୋଟ ୧୦୦ରୁ ୧୫୦ ଆତଙ୍କୀ ରହିଥିବା ଅନୁମାନ କରାଯାଉଛି । ଯଦି ଏସବୁ ଆତଙ୍କୀ ଆଡ୍ଡାରୁ କୌଣସି ପ୍ରକାରର ହଲଚଲ ନଜର ଆସେ, ତେବେ ଭାରତୀୟ ସେନା ପୁଣିଥରେ କାର୍ୟ୍ୟାନୁଷ୍ଠାନ କରିବ । ସେ କହିଛନ୍ତି, ଏବେ ବି ଅପରେସନ ସିନ୍ଦୂର ଜାରି ରହିଛି । ଭବିଷ୍ୟତରେ କୌଣସି ଅପରାଧ ଘଟାଇଲେ ଦୃଢ଼ତାର ସହ ଏହାର ଜବାବ ଦିଆଯିବ ।
ଅପରେସନ ସିନ୍ଦୂରରେ ଆମେ ୭ଟି ଆତଙ୍କୀ ଆଡ୍ଡାକୁ ସଫଳତାର ସହ ଧ୍ବଂସ କରିଥିଲୁ । ଗତବର୍ଷ ମେ ୭ ତାରିଖରେ ମାତ୍ର ୨୨ ମିନିଟ୍ରେ ଆତଙ୍କୀ ଆଡ୍ଡା ଧ୍ବଂସ କରିଥିଲୁ । ପଶ୍ଚିମ ସୀମାନ୍ତ ଓ ଜମ୍ମୁ-କଶ୍ମୀରରେ ପରିସ୍ଥିତି ସମ୍ବେଦନଶୀଳ ରହିଛି । ମାତ୍ର ଏହା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ଭିତରେ ରହିଛି । ୨୦୨୫ ମସିହାରେ ୩୧ ଆତଙ୍କୀଙ୍କୁ ନିପାତ କରାଯାଇଛି । ସେଥିରେ ୬୫ ପ୍ରତିଶତ ପାକିସ୍ତାନୀ ରହିଥିଲେ ।
Army chief upendra dwivedi warns pakistan : ପାକ ଆତଙ୍କୀଙ୍କୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











