The Ultimate Managed Hosting Platform
ADVERTISEMENT

Side effects of wearing socks : ଶୀତଦିନେ ମୋଜା ପିନ୍ଧି ଶୋଇବା ହୋଇପାରେ କ୍ଷତିକାରକ !

Facebook
Twitter
LinkedIn

ବ୍ୟୁରୋ : ଶୀତଦିନ ଆସିବା ମାତ୍ରେ ଆମେ ଶୀତ ପୋଷାକ ଉପରେ ନିର୍ଭର କରିଥାଉ । ସ୍ୱେଟର, ମୋଜା, ମଫଲର ଇତ୍ୟାଦିର ବ୍ୟବହାର କରିଥାଉ। ଅନେକ ଲୋକ ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ରାତିରେ ଉଲ୍ କପଡ଼ା ପିନ୍ଧି ହିଁ ଶୋଇ ଯାଆନ୍ତି। କିନ୍ତୁ ଏହା ଏକ ଖରାପ ଅଭ୍ୟାସ, ରାତିରେ ଉଲ୍ କପଡ଼ା ପିନ୍ଧି ଶୋଇଲେ ଶରୀରକୁ ଅନେକ କ୍ଷତି ପହଞ୍ଚିଥାଏ। ଯଦି ଆପଣ ସ୍ୱେଟର ପିନ୍ଧି ଶୋଇବାକୁ ଚାହୁଁଛନ୍ତି, ତ ପ୍ରଥମେ କଟନ ବସ୍ତ୍ର ପିନ୍ଧି ତା’ ଉପରେ ସ୍ୱେଟର ପିନ୍ଧିପାରିବେ। କିଛି ଲୋକ ରାତିରେ ଥଣ୍ଡାରୁ ବଞ୍ଚିବା ପାଇଁ ମୋଜା ପିନ୍ଧି ଶୋଇଥାନ୍ତି । ଏହାଛଡା ମୋଜା ପିନ୍ଧିବା ଦ୍ୱାରା ଗୋଡ ପାଟିବା କମ୍ ହୋଇଥାଏ। ପାଦ ଗରମ ରହିଥାଏ। ଝାଳରୁ ଛୁଟକାରା ମିଳିଥାଏ । ହେଲେ ମୋଜା ପିନ୍ଧି ଶୋଇବା ଦ୍ୱାରା ଅନେକ କ୍ଷତି ମଧ୍ୟ ହୋଇଥାଏ । ଯଦି ଆପଣ ଏମିତି କରୁଛନ୍ତି, ତେବେ ତୁରନ୍ତ ଆପଣଙ୍କ ଅଭ୍ୟାସ ବଦଳାଇଦିଅନ୍ତୁ । ରାତିରେ ଶୋଇବା ସମୟରେ ଆପଣ ଯଦି ମୋଜା ପିନ୍ଧି ଶୋଉଛନ୍ତି, ତେବେ ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇବ। ତେବେ ଜାଣନ୍ତୁ କ’ଣ ପ୍ରଭାବ ପଡିବ । ଶୋଇବା ସମୟରେ ମୋଜା ପିନ୍ଧି ଶୋଇବା ଦ୍ୱାରା ରକ୍ତ ସଂଚାଳନରେ ସମସ୍ୟା ଆସିଥାଏ । ଶୋଇବା ସମୟରେ ଅଧିକ ଟାଇଟ ମୋଜା ପିନ୍ଧିବା ଦ୍ୱାରା ବ୍ଲଡ ଫ୍ଲୋ କମ୍ ହୋଇଯାଏ । ରାତିରେ ମୋଜା ପିନ୍ଧି ଶୋଇବା ଦ୍ୱାରା ବ୍ୟକ୍ତିକୁ ଓଭରଯିଟିଂ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଯାହାଦ୍ୱାରା ଶରୀରର ତାପମାତ୍ରା ହଠାତ୍ ବଢିଯିବା ସହିତ ବିଚଳିତ ଏବଂ ଅସହଜ ଅନୁଭବ ଲାଗିଥାଏ । ଦିନଯାକ ମୋଜା ପିନ୍ଧି ବୁଲିବା ଯୋଗୁଁ ଧୂଳି ମଳି ଜମି ରହିଥାଏ। ଆଉ ଯଦି ରାତିରେ ମୋଜା ପିନ୍ଧି ଶୋଇବେ, ତେବେ ପାଦରେ ସଂକ୍ରମଣ ବଢିଯାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login