ରାଉରକେଲା :ରାଉରକେଲା ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ମହାପ୍ରଭୁଙ୍କ କୃପାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଖବର ଆଶ୍ୱସ୍ତିକର । ଆହତ ବ୍ୟକ୍ତି ମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇଦେବାକୁ ନିଦେ୍ର୍ଦଶ । ମୁଁ ବ୍ୟକ୍ତିଗତ ଭାବେ ସ୍ଥିତି ଉପରେ ନଜର ରଖିଛି । ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।
ରାଉରକେଲା ରଘୁନାଥପାଲିରେ ଚାର୍ଟର ବିମାନର କ୍ରାସ ଲ୍ୟାଣ୍ଡିଂ । ଜଲଦା ଏ ବ୍ଲକରେ ଛୋଟ ଚାର୍ଟର ବିମାନର କ୍ରାସ ଲ୍ୟାଣ୍ଡିଂ । ୬ ଜଣ ଆହତ ହୋଇଛନ୍ତି । ବିମାନରେ ୪ ଜଣ ଯାତ୍ରୀ ଓ ୨ ଜଣ କ୍ରିଉ ସଦସ୍ୟ ଥିଲେ । ୪ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ପୁରୁଷ , ୨ ଜଣ ମହିଳା ରହିଥିଲେ ।
Views: 27











