ଭୁବନେଶ୍ୱର : ନୂଆ ଦଳ ଗଠନ ନେଇ ମହମ୍ମଦ ମୋକିମଙ୍କ ବଡ ସୂଚନା । ମାର୍ଚ୍ଚ ଶେଷ ସୁଦ୍ଧା ନୂଆଦଳ ଘୋଷଣା ହେବ କହିଲେ ମୋକିମ । ନୂଆ ଦଳନେଇ ସମୀକରଣ ଚାଲିଛି , ପୂରା ରାଜ୍ୟରୁ ମତାମତ ନିଆଯାଉଛି । ବଡ କାର୍ଯ୍ୟକ୍ରମ ପୂର୍ବରୁ ଅନେକ ପରାମର୍ଶ ଆବଶ୍ୟକ । ପର୍ଯ୍ୟାୟକ୍ରମେ ଆମେ ଆଗକୁ ବଢୁଛୁ , ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟବସ୍ଥା ହୋଇସାରିଥିବ । ନୂଆ ରାଜନୈତିକ ଦଳର ଭିତ୍ତିଭୂମି ପଡିବ । ଆସନ୍ତା ୧୨ ତାରିଖ ଯୁବ ସମାବେଶରେ ଏକାଠି ହେବେ ଯୁବକ । ଉପକୂଳ ଓଡିଶାର ଅନେକ ଯୁବ ନେତା ଏକାଠି ହେବେ ।ଓଡିଶାର ଭବିଷ୍ୟତ ନେଇ ଆଲୋଚନା କରିବୁ । ପରବର୍ତ୍ତୀ ସମୟରେ ମହିଳା ସମ୍ମିଳନୀ ହେବ, ଚାଷୀଙ୍କୁ ଭେଟିବୁ । ଏଜେଣ୍ଡା ଓ ଆମ କର୍ତ୍ତବ୍ୟ କଣ ହେବା ଉଚିତ ପ୍ରସ୍ତୁତ କରି ସାମ୍ନାକୁ ଆସିବୁ ।
Views: 36











