The Ultimate Managed Hosting Platform
ADVERTISEMENT

Severe winter in odisha : ଓଡିଶାରେ ହାଡଭଙ୍ଗା ଶୀତ, ଝାରସୁଗୁଡା ସବୁଠୁ ଥଣ୍ଡା

Facebook
Twitter
LinkedIn

ଭୁବନେଶ୍ୱର : ଓଡ଼ିଶାରେ ହାଡ଼ଭଙ୍ଗା ଶୀତ । ଥରୁଛି ଉପକୂଳରୁ ଉପାନ୍ତ । ଅନେକ ଜିଲ୍ଲାରେ ‘କୋଲ୍ଡ ୱେଭ୍’ ଆଲର୍ଟ । ରାଜ୍ୟରେ ଏବେ ପ୍ରବଳ ଶୀତର ଲହରୀ ଜାରି ରହିଛି । ଅନେକ ସ୍ଥାନରେ ପାରଦ ବହୁତ ତଳକୁ ଖସିଛି । ଶୀତ ପାଇଁ ଭାରତୀୟ ପାଣିପାଗ ବିଭାଗ ଅନେକ ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରିଛି ।
ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ତାପମାତ୍ରା ଶୂନ ଡିଗ୍ରିକୁ ଖସିଛି । ଯାହା ରାଜ୍ୟର ସବୁଠାରୁ କମ୍ । ସେହିପରି ଝାରସୁଗୁଡ଼ାରେ ଆଜି ୬.୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରଦ ୧୦.୨ ଡୀଗ୍ରି ସେଲସିୟସକୁ ଖସିଛି । ଜଗତସିଂହପୁର, କଟକ, ବାଲେଶ୍ୱର, ଖୋର୍ଦ୍ଧା, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ସୋନପୁର, ନବରଙ୍ଗପୁର ଏବଂ କୋରାପୁଟ ଭଳି ଜିଲ୍ଲାରେ ଶୀତ ଲହରୀ ଅଧିକ ଅନୁଭୂତ ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login