The Ultimate Managed Hosting Platform
ADVERTISEMENT

Ruckus in front of Home Minister’s office : ଗୃହମନ୍ତ୍ରୀଙ୍କ ଅଫିସ ଆଗରେ ହଙ୍ଗାମା

Facebook
Twitter
LinkedIn

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଆଇ ପ୍ୟାକ୍ ଅଫିସ ଉପରେ ଇଡି ଚଢାଉକୁ ବିରୋଧ କରି ଟିଏମସି ସାଂସଦ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଫିସ ଆଗରେ ପ୍ରଦର୍ଶନ କରୁଛନ୍ତି । ଗୃହ ମନ୍ତ୍ରଣାଳୟ ବାହାରେ ଧାରଣା ଦେଉଥିବା ଟିଏମସି ସାଂସଦକୁ ପୋଲିସ ଗିରଫ କରିଛି । ଏମାନଙ୍କ ଭିତରେ ଶତାବ୍ଦୀ ରାୟ, ମହୁଆ ମୋଇତ୍ରା, ବାପି ହଲଦର, ସାକେତ ଗୋଖଲେ, ପ୍ରତିମା ମଣ୍ଡଳ, କୀର୍ତ୍ତି ଆଜାଦ ଏବଂ ଡ. ଶର୍ମିଳା ସାମିଲ ରହିଥିଲେ । ଟିଏମସି ସାଂସଦମାନେ ଆଉ ଏହି ପ୍ରଦର୍ଶନ ସମୟରେ ପୋଲିସ ୮ ଟିଏମସି ସାଂସଦଙ୍କୁ ଉଠାଇ ନେଇଛି । ଦିଲ୍ଲୀରେ ଗୃହମନ୍ତ୍ରୀଙ୍କ ଅଫିସ୍ ବାହାରେ ଆଜି ଟିଏମସି ନେତାମାନେ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ଗଣତନ୍ତ୍ରକୁ ମୋଡ଼ି ମକଚି ଦିଆଯାଉଛି ବୋଲି ନାରାବାଜି କରିବା ସହିତ ଟିଏମସି ସାଂସଦମାନେ ପ୍ରତିବାଦ କରିଥିଲେ । ଆଉ ଏହାପରେ ଦିଲ୍ଲୀ ପୋଲିସ ଏବଂ ଟିଏମସି ସାଂସଦଙ୍କ ଭିତରେ କଥା କଟାକଟି ହେବା ଦେଖିବାକୁ ମିଳିଥିଲା । ଆଉ ପରେ ପରେ ଦିଲ୍ଲୀ ପୋଲିସ ୮ ଜଣ ଟିଏମସି ସାଂସଦଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ମାମଲାରେ ଆଇ-ପ୍ୟାକର ଦୁଇଟି ସ୍ଥାନରେ ଚଢଉ କରିଥିଲା । ପ୍ରଥମେ ଆଇ-ପ୍ୟାକ୍ ର କର୍ମଚାରୀ ପ୍ରତୀକ ଜୈନଙ୍କ ଘରେ ରେଡ୍ ହୋଇଥିଲା । ଏହାପରେ ସଲ୍ଟ୍ ଲେକ୍ ସେକ୍ଟର-୫ ପାଖରେ ଥିବା କମ୍ପାନୀର କାର୍ୟ୍ୟାଳୟରେ ଚଢଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛି ଇଡି । ଏହି ସମସ୍ତ ଦସ୍ତାବିଜ ତୃଣମୂଳ କଂଗ୍ରେସ ସହ ଜଡିତ ବୋଲି କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login