The Ultimate Managed Hosting Platform
ADVERTISEMENT

Knife attack due to quarrel : ଶବ ଦାହ ପାଇଁ ଆସି ଶବ ପାଲଟିଗଲେ

Facebook
Twitter
LinkedIn

ପୁରୀ : ସମ୍ପର୍କୀୟଙ୍କ ଶବଦାହ ପାଇଁ ଆସି ଶବ ପାଲଟିଗଲେ ଯୁବକ । ଭଦ୍ରକର ବନ୍ତରୁ ସମ୍ପର୍କୀୟଙ୍କ ଶେଷକୃତ୍ୟ ପାଇଁ ଆସିଥିଲେ । ଚୈତନ୍ୟ ଛକରେ ଜଣେ ଯୁବକଙ୍କ ସହ ଯୁକ୍ତିତର୍କ ପରେ ବୀଭତ୍ସ ହତ୍ୟା । ସାମୁଦ୍ରିକ ଥାନା ପୋଲିସର ତଦନ୍ତ ଜାରି । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା । ମୃତ ରଂଜନ ଓ ସାଥୀ ମାନେ ସଂପର୍କୀୟଙ୍କ ଶେଷକୃତ୍ୟ ପାଇଂ ସ୍ବର୍ଗଦ୍ବାର ଆସିଥିଲେ । ଅସ୍ତି ନେବା ପାଇଁ ପଇଡର ଆବଶ୍ୟକତା ରହିଥିବାରୁ ରାତି ୧ଟା ବେଳେ ଚୈତନ୍ୟ ଛକ ନିକଟକୁ ଆସିଥିଲେ । ସେଠାରେ ରଂଜନ ଓ ଅନ୍ୟ ସାଥୀ ମାନଙ୍କ ମଧ୍ୟରେ ଆପୋଷ ବଚସା ହୋଇଥିଲା ।
ଏହି ସମୟରେ ସେହିବାଟ ଦେଇ ଯାଉଥିବା ବାଲିସାହିର ତନ୍ମୟ ମହାପାତ୍ର ବୁଝାସୁଝା କରିଥିଲେ । ହେଲେ ରଞ୍ଜନ ଓ ତାଙ୍କ ସାଙ୍ଗ ମାନେ ଓଲଟି ତନ୍ମୟଙ୍କ ଉପରେ ଆକ୍ରମଣ କରିଥିଲେ । ତନ୍ମୟଙ୍କ ପ୍ରତି ଆକ୍ରମଣରେ ରଞ୍ଜନଙ୍କ ଜୀବନ ଯାଇଥିଲା । ପୁରୀ ସି-ବିଚ ଥାନା ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତନ୍ମୟଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login