ଖୋର୍ଦ୍ଧା : ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । ୧୬ ନମ୍ବର ଏନେଚର ଦଧିମାଛଗାଡିଆ ନିକଟରେ ଦୁର୍ଘଟଣା । ମୃତ ଯୁବକ ଦୁଇ ଜଣ ବିକାଶ ବରାଳ ଓ ଶୁଭ୍ରାଂଶୁ ସୁନ୍ଦରାୟ । ଆଜି ସକାଳ ବାଣପୁର ସାନହନ୍ତୁଆରୁ ଭୂବନେଶ୍ବର ସ୍କୁଟିରେ ଯାଉଥିବାବେଳେ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ପୋଲିସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଛି ।
Views: 35











