ଭୁବନେଶ୍ୱର : କଲବଲ କରିବ ଥଣ୍ଡା । ଆହୁରି ୩ରୁ ୪ ଦିନ ରାଜ୍ୟରେ ବଢିବ ଶୀତ । ତାପମାତ୍ରା ୧ରୁ ଦେଢ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିଦେ୍ର୍ଦଶିକା ମନୋରମା ମହାନ୍ତିଙ୍କ ସୂଚନା । ୩-୪ ଦିନ ପରେ ତାପମାତ୍ରା ସାମାନ୍ୟ ବଢିବା ଆଶା କରାଯାଉଛି । ବଙ୍ଗୋପସାଗର ସୃଷ୍ଟି ଲଘୁଚାପର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ । ଅଭ୍ୟାନ୍ତରୀଣ ଓଡ଼ିଶା ସହିତ ଦକ୍ଷିଣ ଓଡ଼ିଶାରେ ରହିବ ଶୀତ ପରକୋପ । ଅନ୍ୟପଟେ ରାଜ୍ୟରେ ପ୍ରବଳ ଶୀତ ସହ ଘନ କୁହୁଡ଼ିର ପ୍ରଭାବ ରହିଛି । ଗତ ୨୪ ଘଣ୍ଟାରେ ବୌଦ୍ଧ ଜିଲ୍ଲାରେ ଘନ କୁହୁଡି ଯୋଗୁଁ ୨୦ ମିଟିର ଭିଜିବିଲିଟି ରହିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ରେ ସର୍ବାଧିକ ୨୯.୮ ଡିଗ୍ରୀ ସେଲସିୟସ ଓ ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରୀ ସେଲସିଅସ ଏବଂ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।
Views: 80











