ଜୟପୁର : ମା’ର ମୃତ୍ୟୁର କିଛି ଘଣ୍ଟା ପରେ ଟଳିପଡିଲା ପୁଅ । ଜୟପୁର ସହର ସୁନାରୀ ସାହିରେ ଅଭାବନୀୟ ଘଟଣା । ହୃଦଘାତରେ ପୁଅର ମୃତ୍ୟୁ ହୋଇଥିବା ଅନୁମାନ ।କୋରାପୁଟ ଜିଲ୍ଲା ଜୟପୁରରୁ ଆସିଥିବା ଏହି ହୃଦୟବିଦାରକ ଖବର ସଭିଙ୍କ ଆଖିରେ ଲୁହ ଭରିଦେଇଛି । ମୃତ୍ୟୁ ଏଠାରେ ଜିତି ଯାଇଛି ଏବଂ ଶେଷରେ ମାଆ ଓ ପୁଅଙ୍କୁ ଏକାସାଙ୍ଗରେ ନିଜ ସାଥିରେ ନେଇଯାଇଛି । ପରିବାର କହିଲେ କେବଳ ମାଆ, ପୁଅ ଏବଂ ମାନସିକ ବିକାରଗ୍ରସ୍ତ ୪୦ ବର୍ଷିୟା ଝିଅ । ଏହି ଦୁହିଁଙ୍କର ଦୁନିଆ ଥିଲା ତାଙ୍କ ମାଆ । ପ୍ରତିଦିନ ପରି ସେଦିନ ସକାଳୁ ପୁଅ ନିଜ କାମ ସାରିବା ପାଇଁ ଜମିକୁ ଯାଇଥିଲେ । କାମ ସାରି ଘରକୁ ଫେରିବା ପରେ ସେ ସବୁଦିନ ପରି ନିଜ ମାଆଙ୍କୁ ଖୋଜିଲେ, ବହୁତ ଡାକ ପକାଇଲେ । ହେଲେ ଆଜି କାହିଁକି କେଜାଣି ମାଆଙ୍କ ପାଖରୁ କୌଣସି ଉତ୍ତର ମିଳିଲାନି । ସନ୍ଦେହ ହେବାରୁ ପୁଅ ମାଆ ଶୋଇଥିବା ଖଟ ପାଖକୁ ଗଲା । ମାଆଙ୍କୁ ବାରମ୍ବାର ଉଠାଇବାକୁ ଚେଷ୍ଟା କଲା, ହେଲେ ମାଆ ନିଶ୍ଚଳ ହୋଇ ପଡ଼ିରହିଥିଲେ । ଭୟଭୀତ ହୋଇ ସେ ସାହି ପଡ଼ୋଶୀଙ୍କୁ ଡାକିଲା । ଗାଁ ଲୋକେ ଆସି ଯେତେବେଳେ ଦେଖିଲେ କହିଲେ ଯେ ମାଆ ଆଉ ଏ ଦୁନିଆରେ ନାହାନ୍ତି, ସେତେବେଳେ ପୁଅର ପାଦ ତଳୁ ମାଟି ଖସିଗଲା । ମାଆଙ୍କ ମୃତଦେହକୁ କୋଳରେ ଧରି ସେ ପାଗଳଙ୍କ ପରି କାନ୍ଦିବାକୁ ଲାଗିଲା । ବୋଧହୁଏ ମାଆ ବିନା ସଂସାରକୁ ସେ କଳ୍ପନା କରିପାରୁନଥିଲା । ମାଆକୁ ହରାଇବାର ଅସହ୍ୟ ଯନ୍ତ୍ରଣାରେ କିଛି ସମୟ କାନ୍ଦିବା ପରେ ଅଚାନକ ସେଠାରେ ହିଁ ପୁଅ ଟଳିପଡ଼ିଲା ଏବଂ ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ଏମିତି ବି ଆସେ ମୃତ୍ୟୁ! ମାଆ ପଛେ ପଛେ ପୁଅ ମଧ୍ୟ ଆରପାରିକୁ ଚାଲିଗଲା। ଏହି ଘଟଣା ପରେ ସମଗ୍ର ପରିଚ୍ଛା ସାହିରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Son dead after her mother death : ମାର ମୃତ୍ୟୁ ପରେ ଟଳିପଡିଲା ପୁଅ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











