ପୁରୀ : ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜାଭିଷେକ ନୀତି । ଶ୍ରୀନହର ପରିସରରେ ଆଜି ଗଜପତି ମହାରାଜଙ୍କ ରାଜାଭିଷେକ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁସାରେ ପୁଷ୍ୟା ନକ୍ଷତ୍ର ତିଥିରେ ଗଜପତି ମହାରାଜ ସିଂହାସନ ଆରୋହଣ କରିବା ସହ ଅଭିଷେକ ନୀତି କରାଯାଏ । ଗଜପତିଙ୍କ ପୁଷ୍ୟାଭିଷେକ ନୀତି ପାଇଁ ଆଜି ସନ୍ଧ୍ୟାରେ ଶ୍ରୀନହରରେ ବିଶେଷ ନୀତି କରାଯିବ । ଅଭିଷେକ ନୀତି,ଶ୍ରୀନହରରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ ପୂଜା ଏବଂ ରାମାଭିଷେକ ପଟିପୂଜା ଅନୁଷ୍ଠିତ ହେବ । ଦେବୀପ୍ରସାଦ ରାଜଗୁରୁ ଓ ସୁଧାଂଶୁ ରାଜଗୁରୁ ଏହି କାର୍ୟ୍ୟ ସମ୍ପାଦନ କରିବେ ।
Views: 54











