ଭୁବନେଶ୍ୱର : ଖୁବଶୀଘ୍ର ଡେବ୍ରିଗଡକୁ ଆସିବେ ୨ଟି ନୂଆ ବାଘ । ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗା ଯୋଗରେ ଅଛୁ । ସ୍ଥାନୀୟ ଲୋକଙ୍କ ସହଯୋଗ ଦରକାର , ସେମାନଙ୍କ ସହ ଆଲୋଚନା କରୁଛୁ । ଶିମିଳିପାଳକୁ ଯମୁନା ଏବଂ ଜିନତକୁ ଅଣାଯାଇଥିଲା । ମାତ୍ର ଏପର୍ଯ୍ୟନ୍ତ ବଂଶ ବୃଦ୍ଧିରେ ଆମେ ସଫଳତା ପାଇପାରିନୁ । ବଂଶବୃଦ୍ଧି ନେଇ ଭାଗ୍ୟ ସାଥ ଦେଇନି, ମାତ୍ର ପ୍ରୟାସ ଜାରି ରହିଛି । ଜିପିଏସ ଟ୍ରାକିଂ କରାଯାଉଛି, କ୍ୟାମେରାରେ ମନିଟରିଂ ଜାରି ରହିଛି ।
Views: 51











