ନୂଆଦିଲ୍ଲୀ : ଆମେରିକାର ଏୟାରଷ୍ଟ୍ରାଇକରେ ଭେନେଜୁଏଲାରେ ବ୍ୟାପକ କ୍ଷୟକ୍ଷତି । ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଥମ ଥ୍ର ସ୍ପଷ୍ଟ କଲା ଭେନେଜୁଏଲା । ମୃତ ୪୦ ଜଣଙ୍କ ମଧ୍ୟରେ ସେନା ଅଧିକାରୀ ଓ ସାଧାରଣ ନାଗରିକ ରହିଛନ୍ତି । ଆଜି ଆମେରିକୀ କୋର୍ଟରେ ହାଜର ହେବେ ଭେନେଜୁଏଲା ରାଷ୍ଟ୍ରପତି ମାଦୁରୋ ।
ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ତାଙ୍କ ନିର୍ଦ୍ଦେଶରେ ଆମେରିକୀୟ ସେନା ଭେନେଜୁଏଲାର ରାଜଧାନୀ କାରାକାସରେ ଏକ ବଡ଼ ଧରଣର ଗୁପ୍ତ ଅପରେସନ କରିଛି । ଏହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ସବୁଠୁ ବଡ଼ ଆକ୍ରମଣ ବୋଲି କହିଛନ୍ତି ଟ୍ରମ୍ପ । ଏହି ଅପରେସନକୁ “ଅପ୍ରତିରୋଧ୍ୟ ସାମରିକ ଶକ୍ତି” ଭାବରେ ବର୍ଣ୍ଣନା କରିଛନ୍ତି । ଆକାଶମାର୍ଗ, ସ୍ଥଳପଥ ଏବଂ ସମୁଦ୍ର ତିନି ଦିଗରୁ ଏକକାଳୀନ ହୋଇଥିବା ଏହି ଆକ୍ରମଣକୁ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ସବୁଠୁ ବଡ଼ ଆକ୍ରମଣ ବୋଲି କହିଛନ୍ତି ।
ଏବେ ଆମେରିକା ହାତରେ ଭେନେଜୁଏଲାର ନିୟନ୍ତ୍ରଣ ରହିଛି । ଭେନେଜୁଏଲାରେ ଶାନ୍ତି ଶୃଙ୍ଖଳା ଏବଂ ଏକ ସଠିକ୍ ସରକାର ଗଠନ ନହେବା ପର୍ୟ୍ୟନ୍ତ ଆମେରିକା ସେଠାକାର ଶାସନ ଦାୟିତ୍ୱ ତୁଲାଇବ । ଏଥିସହିତ ଆମେରିକୀୟ ତେଲ କମ୍ପାନୀଗୁଡ଼ିକ ସେଠାକାର ତୈଳ ଭଣ୍ଡାରରେ ନିଜର କାର୍ୟ୍ୟ ପୁଣି ଥରେ ଆରମ୍ଭ କରିବେ । ଏହାସହ ବିନା ଖର୍ଚ୍ଚରେ ଅପରେସନ ହୋଇଥିିବା ସ୍ପଷ୍ଟ କରିଛନ୍ତି ଟ୍ରମ୍ପ । ଏହି ଯୁଦ୍ଧ ପାଇଁ ଆମେରିକାର ଜନସାଧାରଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଭେନେଜୁଏଲାରୁ ମିଳୁଥିବା ତେଲ ରପ୍ତାନି ରାଜସ୍ୱରୁ ଏହି ସାମରିକ ଅଭିଯାନର ସମସ୍ତ ଖର୍ଚ୍ଚ ଭରଣା କରାଯିବ। ପୁରୁଣା ଡୋନ୍ରୋ ନୀତିକୁ ବଦଳାଇ ଟ୍ରମ୍ପ ନିଜ ନାମ ଅନୁସାରେ ଏକ ନୂଆ ନୀତି ବିଷୟରେ କହିଛନ୍ତି।
US attack on Venezuela : ଆମେରିକା ହମଲା ; ଭେନେଜୁଏଲାରେ ୪୦ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











