ଚାନ୍ଦବାଲି : ହୁତୁହୁତୁ ହୋଇ ଜଳିଗଲା ୧୦ବଖରା ଘର । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦରପୁର ପଞ୍ଚାୟତ ଛାତ୍ରପଦା ଗାଁରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ନିଆଁ ଲାଗି ଜଳିଗଲା ୭ଟି ପରିବାରର ୧୦ବଖରା ଘର । ଲକ୍ଷାଧିକ ଟଙ୍କା ସମ୍ପତ୍ତି ପୋଡ଼ି ପାଉଁଶ ହୋଇଛି । ୧୦ଗୋଟି ଗୋରୁ, ଶହେରୁ ଅଧିକ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ୧୦୦ରୁ ଅଧିକ ଧାନ ବସ୍ତା ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି ।
Views: 60











