The Ultimate Managed Hosting Platform
ADVERTISEMENT

ନୂଆ ରୂପ ପାଇବ ଲୋକସେବା ଭବନ , ୧୦୦ କୋଟିରୁ ଅଧିକ ହେବ ଖର୍ଚ୍ଚ

Facebook
Twitter
LinkedIn

ଭୁବନେଶ୍ୱର : ନୂଆ ରୂପ ପାଇବ ଲୋକସେବା ଭବନ। ସମ୍ପୂର୍ଣ୍ଣ ଲୋକସେବା ଭବନର ହେବ ପୁନଃବିନ୍ୟାସ । ଏନେଇ ଡିପିଆର ପ୍ରସ୍ତୁତ ହୋଇସାରିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ପୂରା ଲୋକସେବା ଭବନ ପୁନଃବିନ୍ୟାସ କାର୍ୟ୍ୟ ଆରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଲୋକସେବା ଭବନରେ ଗାଡ଼ି ପାକିଂ ପାଇଁ ଆଉ ଆଦୌ ଟେନସନ୍ ନେବାକୁ ପଡ଼ିବନି । ଗାଡ଼ି ରଖିବାକୁ ଆଉ ଜାଗା ଖୋଜିବା ଦରକାର ହେବନି । ପାକିଂ ପାଇଁ ପର୍ୟ୍ୟାପ୍ତ ଜାଗା ରହିବ । ଅଣ୍ଡରଗ୍ରାଉଣ୍ଡ୍ ରେ ଗାଡ଼ି ପାର୍କିଂ ହେବ । ଏଥିପାଇଁ ବଡ଼ ପ୍ରକଳ୍ପ ହାତକୁ ନେବେ ସରକାର । ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login