ଭୁବନେଶ୍ୱର : ରାଜ୍ୟରେ ସ୍ମାର୍ଟ ମିଟର ଲଗାଇବେ ରାଜ୍ୟ ସରକାର । କ୍ୟାବିନେଟ ନିଷ୍ପତ୍ତି ପରେ ଶକ୍ତି ବିଭାଗର ବିଜ୍ଞପ୍ତି । ୭୩୫ କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରିବାକୁ ନିଷ୍ପତ୍ତି । ୨ କିଲୋ ୱାଟ ଯାଏଁ ଥିବା ୮.୭୫ ଲକ୍ଷ ମିଟରକୁ ବଦଳାଇ ସ୍ମାର୍ଟ ମିଟର ବସାଯିବ । ଏହି ବାବଦକୁ ଖର୍ଚ୍ଚ ହେବ ୩୪୦ କୋଟି ଟଙ୍କା । ନୂଆ ସଂଯୋଗରେ ସ୍ମାର୍ଟ ମିଟର ଲଗେଇବାକୁ ୮୮ କୋଟି ଖର୍ଚ୍ଚ ହେବ । ସ୍ମାର୍ଟ ମିଟର ଓଡିଶା ସରକାରଙ୍କ ଶକ୍ତି ବିଭାଗ ଅଧିନରେ ରହିବ । ଡିସକମ ଦ୍ୱାରା ପରିଚାଳିତ ଏବଂ ରକ୍ଷଣାବେକ୍ଷଣ କରାଯିବ ।
Views: 54











