ପୁରୀ : ରୀ ବଳଗଣ୍ଡି ଛକରେ ସଡ଼କ ଦୁର୍ଘଟଣାରେ ଶିଶୁ ମୃତ୍ୟୁ ଘଟଣା। ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା । ଶିଶୁ ମୃତ୍ୟୁ ନେଇ ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଲେ । ଦୁର୍ଘଟଣାରେ ଶିଶୁ ମୃତ୍ୟୁକୁ ନେଇ ପୁରୀ ବଳଗଣ୍ଡି ଛକରେ ରାସ୍ତାରୋକ । ମୃତଦେହ ରଖି ପରିବାର ଲୋକଙ୍କ ରାସ୍ତାରୋକ । ସ୍କୁଟିକୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା ବୋଲେରୋ । ସ୍କୁଟି ଚାଳକ ଓ ପଛରେ ବସିଥିବା ଅନ୍ୟ ଜଣେ ଛୋଟପିଲା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି ।
Views: 56











