ଭୁବନେଶ୍ୱର : ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ଦେଓରଞ୍ଜନ ସିଂ । ଗତକାଲି ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ ହୋଇଥିଲା । ର୍ବରୁ ଅନୁ ଗର୍ଗ ଉନ୍ନୟନ କମିସନର ଭାବେ କାର୍ୟ୍ୟ କରୁଥିଲେ। ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବା ପରେ ସେହି ପଦବୀ ଖାଲିପଡ଼ିଥିଲା। ୧୯୯୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଦେଓରଞ୍ଜନ କୁମାର ସିଂହଙ୍କୁ ଉନ୍ନୟନ କମିସନର ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଯୋଜନା ଓ ସଂଯୋଜନ ବିଭାଗ ସହ ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ସମ୍ଭାଳିବେ।
Views: 40











