ଚିଲିକା : କଲବଲ କରୁଛି କୁହୁଡି । ଚିଲିକାରେ ଦିନ ୧୧ଟା ଯାଏଁ ଡଙ୍ଗାଚଳାଚଳ ମନା । କୁହୁଡି ନ କମିବା ଯାଏଁ ଡଙ୍ଗା ଚଳାଚଳ ବନ୍ଦ ରଖିବାକୁ ପୁରୀ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ । ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ପୋଲିସ ଓ ସ୍ଥାନୀୟ ପ୍ରଶାସନ କଡ଼ା ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସଚେତନ କରିବେ ବିଡ଼ିଓ । ଗତକାଲି ଘନ କୁହୁଡି ଯୋଗୁଁ ଚିଲିକାରେ ଫସିଥିଲା ଭସାପୋଲ । ଭସାପୋଲରୁ ଖସିପଡି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
Views: 49











