ଅନୁଗୁଳ : ସାହାରାଗୁଡା ଗାଁରେ ଦନ୍ତାହାତୀ ଆକ୍ରମଣରେ ମହିଳାଙ୍କର ଜୀବନ ଯାଇଛି । କ୍ଷତିପୂରମ ଦାବିରେ ବନ୍ତଳାଠାରେ ଟିକରପଡା-ପୁରୁଣା କଟକ ରାସ୍ତା ଅବରୋଧ କରାଯାଇଛି । ବନ ବିଭାଗର ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ । ମୃତକ ହେଲେ ଝିଲ୍ଲି ବେହେରା । ଝିଲ୍ଲୀ ସକାଳୁ ଘର ନିକଟରେ ଥିବା ନଳକୂଅକୁ ପାଣି ଆଣିବାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଖାଲି ସେତିକି ନୁହେଁ, ଏହି ଘଟଣା କୁ ନେଇ ସାହାରାଗୁଡା ଗାଁରେ ଉତ୍ତେଜନା ଦେଖାଯାଇଛି। ଗାଁର ଲୋକମାନେ ରେଞ୍ଜର ଉଦ୍ଧବ ବେହେରାଙ୍କୁ ଅଟକ ରଖିଥିବା ଜଣାପଡିଛି।
Views: 61











