ଭୁବନେଶ୍ୱର : ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ଉଠେଇଲେ ଦୁର୍ନୀତି ପ୍ରସଙ୍ଗ । ନୂଆ ନିଯୁକ୍ତି ପତ୍ର ବାଣ୍ଟିଲାବେଳେ ଦେଲେ ପରାମର୍ଶ । ସବୁଦିନ ଟିଭିରେ ସରକାରୀ କର୍ମଚାରୀଙ୍କ ଟଙ୍କା, ସୁନା ମହଜୁଦ କରିବା ଦେଖୁଛନ୍ତି । ଆଜି ଆମର ଜଣେ କର୍ମଚାରୀଙ୍କ ଘରୁ ୭୫ ଲକ୍ଷ ମିଳିବା ଦେଖୁଛନ୍ତି । ଯେଉଁମାନେ ଆଜି ନୂଆ ଚାକିରି ପାଉଛନ୍ତି , ସମ୍ପତ୍ତି ରଖି ଟିଭିରେ ନ ବାହାରନ୍ତୁ ।ଦୁର୍ନୀତି ବିରୋଧରେ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତି ରହିଛି। ଏଭଳି କହି ନୂଆ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ ଯେ, ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାବୁ, ଆୟବହିର୍ଭୁତ ସମ୍ପତି ଠୁଳ ମାମଲାରେ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଚଢ଼ାଉ ବେଳେ ୬ଲକ୍ଷ ୨୦ହଜାର ଟଙ୍କା ନଗଦ ଏବଂ ଶହେ ଗ୍ରାମରୁ ଅଧିକ ସୁନା ଜବତ କରାଯାଇଛି।
Views: 75











