ବରଗଡ : ଜମୁଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆଜି ମହୋତ୍ସବର ସପ୍ତମ ଦିବସ । ବରଗଡ଼ ନିଶାମଣି ହାଇସ୍କୁଲ ପଡିଆରେ ଆୟୋଜିତ ମହାରାଜ କଂସଙ୍କ ରଙ୍ଗମହଲ ସଭାରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ଆଜି ସପ୍ତମ ଦିବସରେ ମଥୁରା ନଗରୀରେ ନାରଦଙ୍କ ପରାମର୍ଶ କ୍ରମେ ଶ୍ରୀ କୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକ୍ରୁରଙ୍କୁ ଗୋପପୁର ପ୍ରେରଣ, କଂସଙ୍କ ନଗର ଭ୍ରମଣ, ହାଟପଦା ଦୁର୍ଗା ମନ୍ଦିର ଠାରେ ଦୁର୍ଗା ସ୍ତୁତି, ରାଜ ଦରବାରରେ ନ୍ୟାୟ ବିଚାର କରାଯିବ । ସେପଟେ ଗୋପପୁର ସାଜିଥିବା ଅମ୍ବାପାଲିରେ ଦହି ବିକା ଦୃଶ୍ୟ, ବରଗଡ଼ ମନାବନ୍ଧରେ ରାଧାକୃଷ୍ଣଙ୍କ ନାବକେଲି ଦୃଶ୍ୟ ଅଭିନୀତ ସହ ସଂଖଚୁଡ ବଦ୍ଧ ଅନୁଷ୍ଠିତ ହେବ ।
Views: 116











