ନୂଆଦିଲ୍ଲୀ : ରାଷ୍ଟ୍ରପତି ପୁଟିନଙ୍କ ବାସଭବନ ଉପରେ ୟୁକ୍ରେନ ପକ୍ଷରୁ ଆକ୍ରମଣ । ଲଙ୍ଗ ରେଞ୍ଜ ଡ୍ରୋନ ଜରିଆରେ ଆକ୍ରମଣ ଉଦ୍ୟମ । ଆକ୍ରମଣର କଡା ଜବାବ ନେଇ ରୁଷିଆ ପକ୍ଷରୁ ଚେତାବନୀ । ଆକ୍ରମଣ ଉଦ୍ୟମକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ କ୍ଷୁବ୍ଧ ବୋଲି ଜଣାଇଲେ । ରୁଷିଆ-ୟୁକ୍ରେନ ଶାନ୍ତି ପ୍ରତିଷ୍ଠାରେ ବାଧା ସୃଷ୍ଟି କରିବ କହିଲେ । ପୁଟିନ କହିଛନ୍ତି, ୟୁକ୍ରେନ୍ ତାଙ୍କ ଏକ ସରକାରୀ ବାସଭବନ ଉପରେ ଡ୍ରୋନ୍ ଆକ୍ରମଣ କରିଛି । ରୁଷ ୯୧ଟି ୟୁକ୍ରେନୀୟ ଡ୍ରୋନକୁ ନଷ୍ଟ କରିଥିବା କହିଛି ରୁଷ । ଏହାକୁ ରାଷ୍ଟ୍ରୀୟ ଆତଙ୍କବାଦ ବୋଲି କହିବା ସହ ଶାନ୍ତି ଆଲୋଚନାରେ ଏହା ବାଧା ସୃଷ୍ଟି କରିବ ବୋଲି ଚେତାବନୀ ଦେଇଛି । ପୁଟିନଙ୍କ ଫୋନ୍ ପାଇବା ପରେ କହିଛନ୍ତି, ଯୁଦ୍ଧ କରିବା ଅଲଗା କଥା । କିନ୍ତୁ କାହାର ଘର ଉପରେ ଆକ୍ରମଣ କରିବା ଆଦୌ ଗ୍ରହଣୀୟ ନୁହେଁ । ତେବେ ଏହି ଆକ୍ରମଣ ପ୍ରକୃତରେ ହୋଇଛି କି ନାହିଁ ସେ ନେଇ ଟ୍ରମ୍ପ ସନ୍ଦେହ ପ୍ରକାଶ କରିଥିଲେ ମଧ୍ୟ ପୁଟିନ ଏହା ସତ୍ୟ ବୋଲି ତାଙ୍କୁ କହିଛନ୍ତି ।
ପୁଟିନଙ୍କ ବାସଭବନ ଉପରେ ଆକ୍ରମଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











