ବ୍ୟୁରୋ : ସବୁଜ ମଟର ପୋଷକ ତତ୍ତ୍ୱରେ ଭରପୁର ଥାଏ । ମଟରରେ ଭିଟାମିନ୍ ସି, କ୍ୟାଲସିୟମ୍, ଆଇରନ୍, ଫୋଲେଟ୍, ଫାଇବର, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ପୋଟାସିୟମ୍ ଭଳି ଅନେକ ଜରୁରୀ ପୋଷକ ତତ୍ତ୍ୱ ରହିଛି । ଏହା ବ୍ୟତୀତ ମଟର ପ୍ରୋଟିନରେ ଭରପୁର ଅଟେ । ଏଥିରେ ଆମିନୋ ଏସିଡ୍ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ଶାକାହାରୀମାନଙ୍କ ପାଇଁ ଏହାକୁ ପ୍ରୋଟିନର ସବୁଠାରୁ ଭଲ ଉତ୍ସ ବୋଲି କୁହାଯାଇପାରେ । ଖାଦ୍ୟରେ ନିୟମିତ ମଟର ସାମିଲ କରିବା ଦ୍ୱାରା ପ୍ରୋଟିନର ଅଭାବ ହେବ ନାହିଁ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ମଟରରେ ପୋଟାସିୟମ୍ ପ୍ରଚୁର ପରିମାଣରେ ଥାଏ । ଏହା ବ୍ୟତୀତ ଫାଇବର ମଧ୍ୟ ଭଲ ମାତ୍ରାରେ ଥାଏ । ଏହା ଖରାପ କୋଲେଷ୍ଟ୍ରଲକୁ କମ୍ କରିବାରେ ସାହାଯ୍ୟ କରେ ଏବଂ ହୃଦୟର ସ୍ୱାସ୍ଥ୍ୟକୁ ଭଲ ରଖେ । ରିସର୍ଚ୍ଚ ଅନୁଯାୟୀ, ମଟର ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ କମିଥାଏ ।
Views: 58











