The Ultimate Managed Hosting Platform
ADVERTISEMENT

କୁନି ପୁଅ ଆଗର ବିଷ ପିଇ ବାପା-ମାଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ଦେବଗଡ : ପାରିବାରିକ କଳହକୁ ନେଇ ବିଷ ପିଇଲେ ଦମ୍ପତି । ଜୀବନ ସହ ସଂଗ୍ରାମ କରୁଛି ୫ ବର୍ଷର ପୁଅ ।ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଖଇରପାଲି ପାଣ୍ଡି ଅଞ୍ଚଳରେ । ଜୟନ୍ତାପାଲି ଗାଁରେ ଶ୍ୱଦୁଷ୍ମନ୍ତ ମାଝୀ ଓ ପତ୍ନୀ ରିଙ୍କିଙ୍କ ମଧ୍ୟରେ ସଦାବେଳେ ଝଗଡ଼ା ଲାଗିରହୁଥିଲା । ଗତ ମଙ୍ଗଳବାର ଅଭୟେ ୫ ବର୍ଷର ପୁଅକୁ ନେଇ ଦୁଷ୍ମନ୍ତଙ୍କ ଶ୍ୱଶୁର ଘରକୁ ଯାଇଥିଲେ । ଶନିବାର ସଂଧ୍ୟାରେ ବାଇକରେ ଫେରିବା ବେଳେ ରାସ୍ତାରେ ଉଭୟଙ୍କ ମଧ୍ୟରେ ପୁଣି ବଚସା ହୋଇଥିଲା । କିଛି ସମୟ ପରେ ସେମାନେ ଦଲକ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇ ଶିଶୁପୁତ୍ରଙ୍କୁ ବିଷ ପିଆଇବା ସହ ସ୍ବାମୀ-ସ୍ତ୍ରୀ ବିଷ ପିଇ ଦେଇଥିଲେ । ଶିଶୁ ପୁତ୍ରଟି ରାତିସାରା ଜଙ୍ଗଲରେ ରହିବା ପରେ ରବିବାର ସକାଳ ପ୍ରାୟ ୧୦ଟାରେ ମାଆର ଭ୍ୟାନିଟି ବ୍ୟାଗ ଧରି ରାସ୍ତା କଡ଼କୁ ଆସିଯାଇଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ସହ ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ ଉଦ୍ଧାର କରି ଶୁଶୁପୁତ୍ରକୁ ମଧ୍ୟ ଛେଣ୍ଡିପଦା ଡାକ୍ତରଖାନା ନେଇଥିଲେ । ଡାକ୍ତର ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିଲେ । ରିଙ୍କି ଓ ଶିଶୁପୁତ୍ରକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login