କଟକ : BYJD ଓ BCJD କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ । ଉପସଭାପତି ପଦ ପାଇଥିବା ସୁମନ ବେହେରାଙ୍କ ପ୍ରତିକ୍ରିୟା । ଛାତ୍ର ଓ ଯୁବ ନତୋଙ୍କ ପ୍ରତି ଅନ୍ୟାୟ ହୋଇଛି । କିଛି କୁଚକ୍ରୀ ଗୋଷ୍ଠୀ ଅନେକ ଯୁବ ଓ ଛାତ୍ର ନେତାଙ୍କ ନାଁ କାଟିଛନ୍ତି । ଏହା ବିଜୁ ଜନତା ଦଳକୁ କ୍ଷତି କରିବ , ସୁପ୍ରିମୋଙ୍କୁ ଅବଗତ କରିବୁ । ଦଳ ପାଇଁ ଅନେକ ମାଡ ଖାଇଛୁ, ସଂଘର୍ଷ କରିଛୁ । କିଛି ବାହାର ଛାତ୍ର ନେତାଙ୍କୁ କଟକ ଜିଲ୍ଲା ଦାୟିତ୍ୱ ଦିଆଯାଇଛୁ । ଜାଣିଶୁଣି ନାଁ କାଟିବା ଦୁଃଖଦାୟକ । ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ ଦିଆଯାଇଛି । ପୁନର୍ବିଚାର ନ ହେଲେ ଆନେ୍ଦାଳନ କରିବାକୁ ଚେତାବନୀ ।
ବିଜୁ ଯୁବ ଆଉ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କମିଟି ଗଠନ ହେବା ପରେ, ଏବେ ଏହାକୁ ନେଇ ଦେଖାଦେଇଛି ବିବାଦ । ଘୋଷଣା କରାଯାଇଥିବା ରାଜ୍ୟସ୍ତରୀୟ କମିଟିକୁ ନେଇ ଅସନ୍ତୋଷ ଜାହିର କରିବା ସହିତ ଇସ୍ତଫା ଦେଇଛନ୍ତି ବିଜୁ ଛାତ୍ର ଜନତା ଦଳର ଉପ ସଭାପତି ସ୍ମୃତି ରଞ୍ଜନ ପଣ୍ଡା । ମିଳିଥିବା ସୂଚନା ଅନୁସାରେ, ଘୋଷଣା ହୋଇଥିବା ବିଜୁ ଯୁବ ଓ ଛାତ୍ର ଜନତା ଦଳରେ କଟକରୁ କିଛି ପିଲାଙ୍କ ନାଁ ରହିଥିଲା । ହେଲେ ଏମିତି କିଛି ପିଲାଙ୍କୁ ବାଦ୍ ଦିଆଯାଇଛି, ଯେଉଁମାନେ କି ଦୀର୍ଘ ସମୟ ହେଲା ଦଳ ପାଇଁ କାମ କରିଆସୁଛନ୍ତି । ତେଣୁ ଏହାକୁ ନେଇ ସେ ଅସନ୍ତୋଷ ଜାହିର କରିବା ସହିତ ଦଳର ସୁପ୍ରିମୋଙ୍କୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ।











