ଭଞ୍ଜନଗର : ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳରେ ଚୋର ଆତଙ୍କ । ରାତି ଉଜାଗର ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ । ଅଳସୁ ଗାଁରେ ୪ ଚୋରଙ୍କୁ ଧରି ପୋଲିସରେ ଜିମା ଦେଲେ ଲୋକେ । ବୋଲେରୋରେ ୩ ଚୋର ଫେରାର , ୨ଟି ବାଇକ ଜବତ । ଗାଁଲୋକେ ମିଶି ୪ଜଣଙ୍କୁ କାବୁ କରି ଗାଁ ମଝିର ଏକ ଗଛରେ ବାନ୍ଧି ଜଗନ୍ନାଥପ୍ରସାଦ ପୋଲିସକୁ ଖବର ଦେଇଥିଲେ । ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ଥାନାକୁ ନେଇଛି । ୨ଟି ବାଇକ୍ କୁ ଜବତ କରିବା ସହ ସଂପୃକ୍ତ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ପୋଲିସ ।
Views: 50











