ହାଇଦ୍ରାବାଦ : ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ । ଜଣଙ୍କର ଚାଲିଗଲା ଜୀବନ । ରାତି ୧ଟା ୩୦ରେ ଇଲାମାଞ୍ଚôଲି ଷ୍ଟେସନରେ ଅଘଟଣ ଘଟିଛି । ଏକ୍ସପ୍ରେସଟି ବିଶାଖାପାଟଣାରୁ ଦୁଭାଦାକୁ ଯାଉଥିଲା । ଧୂଆଁ ଦେଖି ଯୋଗୁ ଟ୍ରେନର ଲୋକ ପାଇଲଟ ଟ୍ରେନ୍ ଅଟକାଇଥିଲେ । ଘଟଣାସ୍ଥଳରେ ଦମକଳ ବାହୀନି ପହଞ୍ଚିବା ପୂର୍ବରୁ ଏସି କୋଚ୍ ସମ୍ପୂର୍ଣ୍ଣ ଜଳିଯାଇଥିଲା । ନିଆଁ ଲାଗିବା ଯୋଗୁ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ଟ୍ରେନ୍ ତଳକୁ ଓହ୍ଲାଇପଡ଼ିଥିଲେ । ଅଗ୍ନିକାଣ୍ଡରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଫୋରେନସିକ୍ ଟିମର ତଦନ୍ତ ଆରମ୍ଭ ।
Views: 58











