ଭୁବନେଶ୍ୱର : ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡରେ ୨ ଦନ୍ତା ହାତୀ ବୁଲିବା ଘଟଣା । ହାତୀ ନ ଯିବା ପର୍ଯ୍ୟନ୍ତ ବନ୍ଦ ରହିଲା ଶିଖରଚଣ୍ଡୀ । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗର ପଦକ୍ଷେପ । ମନ୍ଦିର ପ୍ରବେଶ ଗେଟରେ ତାଲା ପକାଇଲା ବନ ବିଭାଗ । ପର୍ଯ୍ୟଟନ ରୁତୁ ଥିବାରୁ ଶିଖରଚଣ୍ଡୀରେ ହେଉଥିଲା ପର୍ଯ୍ୟଟକଙ୍କ ଭିଡ । ଲୋତଙ୍କ ସୁରକ୍ଷା ନେଇ ଇନଫୋସିଟି ଥାନାକୁ ଅବଗତ କଲା ବନ ବିଭାଗ । ଗତ ୫ ଦିନ ହେଲା ଶିଖରଚଣ୍ଡୀ ପାହାଡରେ ବୁଲୁଛନ୍ତି ହାତୀ । ମୁଖ୍ୟ ଫାଟକ ବନ୍ଦ କରାଯାଇଥିବା ବେଳେ ସମ୍ମୁଖରେ ବନ କର୍ମଚାରୀ ଓ ଇନଫୋସିଟି ଥାନା ପୁଲିସ ପକ୍ଷରୁ ଲୋକଙ୍କୁ ସଚେତନ କରଯାଉଛି । ଅନ୍ୟପଟେ ହାତୀ ଦୁଇଟି ଉପରେ ନଜର ରଖିବା ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି ।
Views: 59











