ଭୁବନେଶ୍ୱର : ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ ସେବା । ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମିଳିବ ମାଗଣା ବସ ସେବା । ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ । ମାଗଣା ବସ ସେବା ନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡ୍ରପ ଆଉଟ ହ୍ରାସ କରିବାକୁ ଆରମ୍ଭ ହେବ ମାଗଣା ବସ ସେବା । ଉଭୟ ଏସସି ଓ ନନଏସି ବସରେ ଲାଗୁ ହେବ ଏହି ସେବା । ବସରେ ଯାତ୍ରା ବେଳେ ୟୁନିଫର୍ମରେ ରହିବା ସହ ଆଇକାର୍ଡ ପକାଇବେ ଛାତ୍ରଛାତ୍ରୀ । ବର୍ତ୍ତମାନର ବସରୁଟ ଓ ଟାଇମିଂରେ ସଂଶୋଧନ କରିବ ଓଏସଆରଟିସି । ସଂଶୋଧିତ ରୁଟରେ ସର୍ବାଧିକ ସ୍କୁଲ ଥିବା ରାସ୍ତାକୁ ସାମିଲ କରାଯିବ ।
Views: 73











