ନ୍ୟୁୟର୍କ :ଆଇଏସଆଇଏସ ଆତଙ୍କବାଦୀ ଆଡ୍ଡା ଉପରେ ଟ୍ରମ୍ପଙ୍କ ଆକ୍ରମଣ । ଉତ୍ତର ପଶ୍ଚିମ ନାଇଜେରିଆରେ ଆଇଏସଆଇଏସ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ । ନୀରିହ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ ହତ୍ୟା କରାଯାଉଥିବାରୁ ଆକ୍ରମଣ ନିଦେ୍ର୍ଦଶ । ଟ୍ରୁଥ ସୋସିଆଲରେ ମୃତ ଆତଙ୍କୀଙ୍କୁ ବଡଦିନ ଶୁଭେଚ୍ଛା ଦେଲେ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ପୂର୍ବରୁ ଆତଙ୍କବାଦୀଙ୍କୁ ସେ ଚେତାବନୀ ଦେଇଥିଲେ । ଟାର୍ଗେଟ କିଲିଂ ବନ୍ଦ ନକଲେ ଆକ୍ରମଣ ହେବ । ବଡ଼ ଦିନରେ ଆଇଏସଆଇଏସ ଉପରେ ଆକ୍ରମଣ କରିଛନ୍ତି ଟ୍ରମ୍ପ । ବହୁ ଆଡ୍ଡା ଉପରେ ଏବଂ ସଠିକ ହମଲା ହୋଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି। ଆଇଏସଆଇଏସ ଉପରେ ଆକ୍ରମଣ କରିବାକୁ ପ୍ଲାନ କରିବା ପାଇଁ ପେଣ୍ଟାଗନକୁ ନିର୍ଦ୍ଦେଶ ଦେଇଥିଲେ ଟ୍ରମ୍ପ । ତେବେ ଏହି ଆକ୍ରମଣରେ କେତେ ଆତଙ୍କବାଦୀ ମୃତାହତ ହୋଇଛନ୍ତି ସେ ନେଇ ଟ୍ରମ୍ପ ସୂଚନା ଦେଇ ନାହାନ୍ତି ।
Views: 51











