The Ultimate Managed Hosting Platform
ADVERTISEMENT

୪ଦିନ ହେଲା ପତ୍ତା ମିଳୁନି ଡାକ୍ତର ସୁମିତ ସାହୁଙ୍କର, ସ୍ୱାମୀଙ୍କ ଅପେକ୍ଷାରେ ତପସ୍ୱିନୀ

Facebook
Twitter
LinkedIn

ବ୍ରହ୍ମପୁର : ଚାରି ଦିନ ହେଲା ପତ୍ତା ମିଳୁନାହିଁ ଡାକ୍ତର ସୁମିତ ସାହୁଙ୍କର । ଆସିକା ଚିନିଶିଳ୍ପ ଗେଷ୍ଟ ହାଉସ୍ ଛାଡି କେଉଁଆଡେ ଚାଲିଯାଇଛନ୍ତି । ଏପଟେ ସ୍ୱାମୀଙ୍କ ଅପେକ୍ଷାରେ ତପସ୍ୱିନୀ ବସିଛନ୍ତି । ସ୍ୱାମୀଙ୍କୁ ଫେରାଇ ଆଣିବାକୁ ମଧ୍ୟ ସେ ଗୁହାରୀ କରିଛନ୍ତି। ସୁମିତ ଫେରାର ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ତପସ୍ୱିନୀ । ତାଙ୍କ କହିବା ଅନୁଯାଇ, ସୁମିତଙ୍କ ଫେରାର ପଛରେ ତାଙ୍କ ସାଙ୍ଗଙ୍କ ହାତ ରହିଛି। ଯେତେବେଳେ ସୁମିତ ସ୍କୁଟିରେ ଘରୁ ବାହାରି ଯାଇଥିଲେ ।ସେବେଠାରୁ ବହୁ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଆସିକା ଆଇଆଇସିଙ୍କୁ ଜଣାଇଥିଲେ ତପସ୍ୱିନୀ । .

ଏପଟେ ମେଡିକାଲକୁ ଫୋନ୍ କରି ବୁଝିବାରୁ ଛୁଟିରେ ଯାଇଥିବା କହିଥିଲେ ମେଡିକାଲ ଷ୍ଟାଫ୍ । ଏନେଇ ବାଲିସିରା ମେଡିକାଲ ଇନଚାର୍ଜ କହିଛନ୍ତି, ମାନସିକ ଚାପରେ ଥିବା କହି ସୁମିତ ୫ଦିନ ଛୁଟି ନେଇଛନ୍ତି । ସୁମିତଙ୍କ ଫୋନ୍ ସୁଇଚ୍ ଅଫ ଅଛି । ତାଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରୁନାହିଁ। ଏପଟେ ସୁମିତଙ୍କୁ ପାଇବା ପାଇଁ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ତପସ୍ୱିନୀ କହିଛନ୍ତି । ସେଥିପାଇଁ ସେ ବ୍ରହ୍ମପୁର ଅଭିମୁଖେ ଯାଇଛନ୍ତି। ଏବଂ ସେ ଆକୁଳ ନିବେଦନ କଣ୍ଠରେ ତାଙ୍କ ସ୍ୱାମୀକୁ ଫେରେଇ ଦେବା ପାଇଁ ସର୍ବସାଧାରଣଙ୍କ ସମ୍ମୁଖରେ ନିବେଦନ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login