ଚାନ୍ଦବାଲି : ଚାନ୍ଦବାଲି ଲଜ୍ଜାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା । କହିଲେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡାରୁ କଡା ଆକ୍ସନ ନିଆଯିବ । ଏପରି ମାମଲାରେ ତ୍ୱରିତ ବେଗରେ ଦୋଷୀକୁ ଗିରଫ କରୁଛି ପୋଲିସ । ଏଭଳି ଘଟଣା ସମାଜରେ ଆଉ ନ ହେଉ । କେବଳ ସରକାରର ନୁହେଁ ସମାଜର ବି ଦାୟିତ୍ୱ ଅଛି । ମହିଳା କମିଶନର ସଦସ୍ୟା ନ୍ୟାୟିକ ତଦନ୍ତ କରିବେ ।
ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତଙ୍କ ଘର ଭାଙ୍ଗିଲେ ଗ୍ରାମବାସୀ । ମୁଖ୍ୟ ଅଭିଯୁକ୍ତ ଚାନ୍ଦବାଲି ରାମପଲ୍ଲୀ ଗାଁର ଗଣେଶ ଦାସ ର ଘରକୁ ଉତ୍ତ୍ୟକ୍ତ ଲୋକେ ଭାଙ୍ଗିବା ସହ ଘରର ଆସବାବପତ୍ର ଫିଙ୍ଗି ଦେଇଛନ୍ତି । ଘଟଣା ଉପରେ ପୋଲିସ ନଜର ରଖିଛି । ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ୧୭ ଘଣ୍ଟା ଧରି ରାସ୍ତାରୋକ କରିଛନ୍ତି ଗାଁଲୋକ ।
ମୃତଦେହ ରଖି ରାସ୍ତାରୋକ ଚଳାଇଥିବା ବେଳେ ଏବେବି ଉତ୍ତେଜନା ଲାଗି ରହିଛି । ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି ।
Views: 96











