ଭୁବନେଶ୍ୱର : ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ବିଜେଡିକୁ ଆସିବା ଚର୍ଚ୍ଚା ପ୍ରସଙ୍ଗ । ବଡ ମନ୍ତବ୍ୟ ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ । ରାଜନୈତିକ ଦୃଷ୍ଟିରୁ ଭୁଲ ହେବ ବୋଲି ମୁଁ ଭାବୁଛି କହିଲେ । ନବୀନ ବାବୁଙ୍କ ଉତ୍ତରାଧିକାରୀ ଓଡିଶାରୁ କେହି ହୋଇପାରିବେ । ଓଡିଶାବାସୀ ଯେଉଁ ନେତୃତ୍ୱକୁ ବିଶ୍ୱାସ କରିବେ , ସିଏ ନେତା ହେବେ । ନବୀନ ବାବୁ ନେତା ହେବେ ବୋଲି କଣ ବିଜୁ ବାବୁ କହିଥିଲେ କି । ନବୀନ ବାବୁ ଏବେବି ନେତା ଅଛନ୍ତି , ପରାଜୟ ପରେ ଲୋକେ ଝୁରୁଛନ୍ତି । ବିଜେଡି ସଜାଡି ହୋଇଗଲେ ରାଜ୍ୟରେ ସବୁଠାରୁ ଭଲ ବିକଳ୍ପ ହେବ ।
Views: 66











