The Ultimate Managed Hosting Platform
ADVERTISEMENT

ମଝି ଆକାଶରେ ଇଞ୍ଜିନ ଫେଲ , ଏମରଜେନ୍ସି ଲ୍ୟାଣ୍ଡିଂ କଲା ବିମାନ

Facebook
Twitter
LinkedIn

ନୂଆଦିଲ୍ଲୀ : ମଝି ଆକାଶରେ ବିମାନର ଇଞ୍ଜିନ୍ ଫେଲ୍ । ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଜରୁରୀ ଅବତରଣ ହୋଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ଏମରଜେନ୍ସି ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ । ଟେକଅପ କରିବାର କିଛି ସମୟ ପରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିଥିଲା । ଆଜି ସକାଳେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାଉଥିବା ସମୟରେ ବିମାନର ଗୋଟିଏ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଯାହା ଫଳରେ ପୁଣି ଦିଲ୍ଲୀକୁ ଫେରିଲା ଏୟାର ଇଣ୍ଡିଆର AI-887 ବିମାନ । ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଥିଲେ ପାଇଲଟ । ଏଥିସହ ବିମାନରେ ୩୩୫ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀଙ୍କୁ ଅନ୍ୟ ବିମାନରେ ମୁମ୍ବାଇ ପଠାଯାଇଛି । ସମସ୍ତ ଯାତ୍ରୀ ଏବଂ କ୍ରୁର ସଦସ୍ୟ ସୁରକ୍ଷିତ ଥିବା ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login