ଭୁବନେଶ୍ୱର : ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମାଆ ଶେଫାଳୀ ସୁନା ଆଣିଲେ ସାଂଘାତିକ ଅଭିଯୋଗ । ଜୀବନ ନେବାକୁ ବିଷ ଦିଆଯାଉଥିବା କଲେ ଅଭିଯୋଗ । ମୃତ୍ୟୁ ପଛରେ ଲୁଚି ରହିଛି ବଡ ଷଡଯନ୍ତ୍ର । ପୁଅ ମୃତ୍ୟୁର ପ୍ରାୟ ଦେଢ ମାସ ପରେ ଥାନାରେ ଏତଲା ଦେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି । ବୋହୂ ଶ୍ରେୟା ମିଶ୍ର, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ, ଦୁଇ ମ୍ୟାନେଜରଙ୍କ ସମେତ ପ୍ରାୟ ୧୦ରୁ ଅଧିକ ଲୋକଙ୍କ ନାଁରେ ଦେଇଛନ୍ତି ଏଫଆଇଆର । କଟକ ମର୍କତ ନଗର ଥାନାରେ ବିଧିବଦ୍ଧ ଭାବେ ଏତଲା ଦେଇଛନ୍ତି । ପତ୍ନୀ ଶ୍ରେୟା ମିଶ୍ରଙ୍କ ବିରୋଧରେ ଆଣିଛନ୍ତି ମାନସିକ ନିର୍ୟାତନା ଅଭିଯୋଗ।
ଶ୍ରେୟା ଓ ତାଙ୍କ ପରିବାର ହ୍ୟୁମାନଙ୍କୁ ଦୀର୍ଘ ଦିନ ଧରି ମାନସିକ ନିର୍ୟାତନା ଦେଇ ଆସୁଥିଲେ। ପାରିବାରିକ କଳହ, ମିଥ୍ୟା ଅପବାଦ ଏବଂ ଝିଅ ଦେଖା କରିବାକୁ ନ ଦେବା ଫଳରେ ହ୍ୟୁମାନ ଭାଙ୍ଗି ପଡ଼ିଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ମାନସିକ ଚାପ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ଶେଫାଳୀ ସୁନା ଦର୍ଶାଇଛନ୍ତି । ଏହା ସହ ସଙ୍ଗୀତ ନିର୍ଦ୍ଦେଶକ ଅର୍ପିତା ଚୌଧୁରୀ, ମ୍ୟାନେଜର ଦିନେଶ ବେହେରା, ପ୍ରଶାନ୍ତ ବେହେରା, ସୋମେଶ ଶତପଥୀ ଏବଂ ଡାକ୍ତର ଶୁଭେନ୍ଦୁ ମିଶ୍ରଙ୍କ ଭଳି ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ପାଇଁ ଏତଲାରେ ଦାବି କରିଛନ୍ତି ।
ମୃତ୍ୟୁର ଖୁଲାସା ପାଇଁ ସିସିଟିଭି ଫୁଟେଜ, ହ୍ୟୁମାନଙ୍କ ଆର୍ଥିକ କାରବାର, ଡିଜିଟାଲ ଏଭିଡେନସ ଓ ମେଡିକାଲ ରିପୋର୍ଟ ଯାଞ୍ଚ ପାଇଁ ଦାବି କରିଛନ୍ତି । ଶେଫାଳୀ ସୁନାଙ୍କ ଏତଲା ପରେ ଓଲିଉଡ଼ରେ କମ୍ପନ ସୃଷ୍ଟି ହୋଇଛି ।
ହ୍ୟୁମାନଙ୍କ ମୃତ୍ୟୁ ; ସାମ୍ନାକୁ ଆସିଲା ସାଂଘାତିକ ଷଡଯନ୍ତ୍ର , ଜୀବନ ନେବାକୁ ବିଷ ଦିଆଯାଉଥିବା ଆଶଙ୍କା
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...
Detailed_guidance_on_navigating_arionplay_gcash_login_for_seamless_transactions
Detailed guidance on navigating arionplay gcash login for seamless transactionsUnderstanding the Arionplay and GCash ConnectionThe Importance of Account SecurityStep-by-Step Guide...







