ଭୁବନେଶ୍ୱର : ଖୁବଶୀଘ୍ର ଟଙ୍କା ଫେରିପାଇବେ କ୍ଷୁଦ୍ର ଚିଟଫଣ୍ଡ ଜମାକାରୀ । ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ସୁଯୋଗ ନେବାକୁ ସମସ୍ତ ଆବେଦନକାରୀଙ୍କୁ ଅନୁରୋଧ । ୨୦୨୬ ଜାନୁଆରୀ ୩୧ ଯାଏଁ ଚାଲିବ ଟଙ୍କା ଫେରସ୍ତ ପ୍ରକ୍ରିୟା । ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମାକାରୀ ଟଙ୍କା ଫେରିପାଇବେ । ଆବଶ୍ୟକାୟ କାଗଜପତ୍ର ସହ ଆରଆଇ ଅଫିସରେ ଆବେଦନ । ଆବେଦନର ୧୫ ଦିନ ମଧ୍ୟରେ କ୍ଷଦ୍ର ଚିଟଫଣ୍ଡ ଜମାକାରୀ ଟଙ୍କା ଫେରିପାଇବେ । ଅଧିକ ଜାଣିବା ପାଇଁ ୦୬୭୪-୨୩୯୫୧୫୩ରେ ଯୋଗାଯୋଗ କରିପାରିବେ ।
ଟଙ୍କା ଫେରସ୍ତ ପାଇଁ କଣ କରିବେ ?
ମୂଳ ଜମା ରସିଦ କରିବେ ଦାଖଲ ।
ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦାଖଲ କରିବାକୁ ପଡିବ ।
ଫେରସ୍ତ ପାଇନଥିବା ସମସ୍ତ କ୍ଷଦ୍ର ଜମାକାରୀ ହେବେ ଉପକୃତ ।
ଯେଉଁ ମାନେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବେ ସେମାନେ ପାଇବେ ।
Views: 104











